ଦେଶ ବିଦେଶ

ଦିଲ୍ଲୀରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ଫ୍ଲାଏ ଓଭର ତଳୁ କଳା ପଲିଥିନରେ ମିଳିଲା ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ

ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ରାଜଧାନୀର ଗୀତା କଲୋନୀ ଫ୍ଲାଏ ଓଭର ତଳୁ ଜଣେ ଯୁବତୀଙ୍କର ଖଣ୍ଡ ଖଣ୍ଡ ମୃତଦେହ ମିଳିଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳ ୯ଟାରେ ଗୀତା କଲୋନୀ ଫ୍ଲାଏ ଓଭର ତଳେ ଜଣେ ଯୁବତୀଙ୍କ ଶରୀରର ୭-୮ ଖଣ୍ଡ ଅଂଶ ପଡ଼ିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ପୋଲିସ ସନ୍ଦେହ କରୁଛି କି, ଯୁବତୀଙ୍କ ଶରୀରର ଅନ୍ୟାନ୍ୟ ଅଂଶ ପାଖ ଜଙ୍ଗଲିଆ ସ୍ଥାନରୁ ମିଳିପାରେ। ଏଥିଯୋଗୁ ଆଖପାଖ ଅଞ୍ଚଳରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଯଦିଓ ମୃତଦେହ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ନ ଥିବା ପୋଲିସ କହିଛି।

ସେଣ୍ଟ୍ରାଲ ରେଞ୍ଜର ଯୁଗ୍ମ ପୋଲିସ କମିଶନର ପରମାଦିତ୍ୟ କହିଛନ୍ତି ଯେ ବୁଧବାର ସକାଳେ ଦୁଇଟି କଳା ପଲିଥିନ ବ୍ୟାଗ ମିଳିଥିଲା। ଗୋଟିଏ ପଲିଥିନରୁ ମୁଣ୍ଡ ଏବଂ ଅନ୍ୟଟିରୁ ମୃତ ଶରୀରର କିଛି ଖଣ୍ଡ ଅଂଶ ମିଳିଥିଲା।

ମୁଣ୍ଡରେ ଲମ୍ବା କେଶ ଥିବାରୁ ପୋଲିସ ଏହାକୁ ମହିଳାଙ୍କ ଶବ ବୋଲି ଅନୁମାନ କରୁଛି। ମୃତଶରୀରର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ କାହାର ଶବ ବୋଲି ଏହା ଚିହ୍ନଟ ହୋଇପାରୁ ନାହିଁ। ସେପଟେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Roshni

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

13 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

14 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

58 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago