ଅବସର ନେଲେ ଆର୍ମି ଚିଫ୍‌ ଜେନେରାଲ ବିପିନ୍‌ ରାଓ୍ଵତ, ମନୋଜ ମୁକୁନ୍ଦ ହେଲେ ନୂଆ ମୁଖ୍ୟ

ନୂଆଦିଲ୍ଲୀ: ତିନି ବର୍ଷର କାର୍ଯ୍ୟକାଳ ଶେଷ କରିବା ପରେ ଅବସର ନେଲେ ଆର୍ମି ଚିଫ୍ ଜେନେରାଲ ବିପିନ୍ ରାଓ୍ଵତ । ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ସେ ଆଜି ଓ୍ଵାର ମେମୋରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାଉଥ୍ ବ୍ଲକରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ଅବସରରେ ବିପିନ ରାଓ୍ଵତ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ମନୋଜ ମୁକୁନ୍ଦ ହୋଇଛନ୍ତି ପରବର୍ତ୍ତୀ ଆର୍ମି ଚିଫ୍ । ଆଜି ସେ ନୂଆ ଆର୍ମି ଚିଫ୍ ଭାବେ ଦାୟତ୍ୱ ନେଇଛନ୍ତି । ଆସନ୍ତାକାଲି ଜେନେରାଲ ବିପିନ୍ ରାଓ୍ଵତ ପ୍ରଥମ ଚିଫ୍ ଅଫ ଡିଫେନ୍‌ସ ଷ୍ଟାଫ୍ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

ସାମରିକ ବ୍ୟାପାର ବିଭାଗ ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇବେ । ପ୍ରତିରକ୍ଷା ବିଭାଗ ପାଇଁ ଏକକ ପରାମର୍ଶଦାତା ଭାବରେ କାମ କରିବେ ବିପିନ ରାଓ୍ଵତ । ତିନି ସେନାର ମୁଖ୍ୟଙ୍କ ଉପରେ ସଡିଏସ୍‌ଙ୍କର କୌଣସି ମିଲିଟାରୀ କମାଣ୍ଡ ରହିବ ନାହିଁ । ସେ ଡିଫେନ୍‌ସ ଆକ୍ୟୁଜିସନ୍ କାଉନସିଲ ଓ ଡିଫେନ୍ସ ପ୍ଲାନିଂ କମିଟିର ସଦସ୍ୟ ରହିବେ ।

୧୯୯୯ କାର୍ଗିଲ୍ ରିଭ୍ୟୁ କମିଟି ଏହି ପଦବୀ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା । ଗତ ସ୍ୱାଧୀନତା ଦିବସରେ ଦିଲ୍ଲୀ ଲାଲକିଲ୍ଲାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତି ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକଟରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପଦବୀ ସୃଷ୍ଟି ପ୍ରସ୍ତାବ ଉପରେ ମୋହର ମାରିଥିଲା ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

4 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

3 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

38 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago