ଅବସର ନେଲେ ଆର୍ମି ଚିଫ୍‌ ଜେନେରାଲ ବିପିନ୍‌ ରାଓ୍ଵତ, ମନୋଜ ମୁକୁନ୍ଦ ହେଲେ ନୂଆ ମୁଖ୍ୟ

ନୂଆଦିଲ୍ଲୀ: ତିନି ବର୍ଷର କାର୍ଯ୍ୟକାଳ ଶେଷ କରିବା ପରେ ଅବସର ନେଲେ ଆର୍ମି ଚିଫ୍ ଜେନେରାଲ ବିପିନ୍ ରାଓ୍ଵତ । ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ସେ ଆଜି ଓ୍ଵାର ମେମୋରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାଉଥ୍ ବ୍ଲକରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ଅବସରରେ ବିପିନ ରାଓ୍ଵତ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ମନୋଜ ମୁକୁନ୍ଦ ହୋଇଛନ୍ତି ପରବର୍ତ୍ତୀ ଆର୍ମି ଚିଫ୍ । ଆଜି ସେ ନୂଆ ଆର୍ମି ଚିଫ୍ ଭାବେ ଦାୟତ୍ୱ ନେଇଛନ୍ତି । ଆସନ୍ତାକାଲି ଜେନେରାଲ ବିପିନ୍ ରାଓ୍ଵତ ପ୍ରଥମ ଚିଫ୍ ଅଫ ଡିଫେନ୍‌ସ ଷ୍ଟାଫ୍ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

manoj-mukundସାମରିକ ବ୍ୟାପାର ବିଭାଗ ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇବେ । ପ୍ରତିରକ୍ଷା ବିଭାଗ ପାଇଁ ଏକକ ପରାମର୍ଶଦାତା ଭାବରେ କାମ କରିବେ ବିପିନ ରାଓ୍ଵତ । ତିନି ସେନାର ମୁଖ୍ୟଙ୍କ ଉପରେ ସଡିଏସ୍‌ଙ୍କର କୌଣସି ମିଲିଟାରୀ କମାଣ୍ଡ ରହିବ ନାହିଁ । ସେ ଡିଫେନ୍‌ସ ଆକ୍ୟୁଜିସନ୍ କାଉନସିଲ ଓ ଡିଫେନ୍ସ ପ୍ଲାନିଂ କମିଟିର ସଦସ୍ୟ ରହିବେ ।

୧୯୯୯ କାର୍ଗିଲ୍ ରିଭ୍ୟୁ କମିଟି ଏହି ପଦବୀ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା । ଗତ ସ୍ୱାଧୀନତା ଦିବସରେ ଦିଲ୍ଲୀ ଲାଲକିଲ୍ଲାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତି ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିକଟରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ପଦବୀ ସୃଷ୍ଟି ପ୍ରସ୍ତାବ ଉପରେ ମୋହର ମାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.