Below header

କୋରାପୁଟ ଟୁନୁଖାଲ ନିକଟସ୍ଥ ଏକ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଟୁନୁଖାଲ ନିକଟସ୍ଥ ଏକ ଜଙ୍ଗଲରୁ ଜଣଙ୍କର ଗଳିତ ମୃତଦେହ ଉଦ୍ଧାର। ମୃତଦେହଟି ସ୍ଥାନୀୟ ଟୁନୁଖାଲର ଚିତ୍ର ମୁଦୁଲିଙ୍କର ବୋଲି ଶୁଣିବାକୁ ମିଳୁଛି। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଚିତ୍ର ଗତ ଦେଢମାସ ଧରି ନିଖୋଜ ଥିଲେ । କାମକରିବାକୁ ଯାଇ ଘରକୁ ଫେରିନଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ଦଶମନ୍ତପୁର ଥାନା ପୋଲିସ ମୃତଦେହକୁ ଜବତ କରିବାସହ ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳକୁ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ପହଁଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.