ଦେଶ ବିଦେଶ

ଅକ୍ଷରଧାମ ମେଟ୍ରୋ ଷ୍ଟେସନ ଛାତରେ ଚଢ଼ି ଯୁବତୀ ଡେଇଁଲେ ତଳକୁ, ସିଆଇଏସ୍‌ଏଫ୍‌ ଯବାନ ଓ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ…

ଦିଲ୍ଲୀର ଅକ୍ଷରଧାମ ମେଟ୍ରୋ ଷ୍ଟେଶନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମେଟ୍ରୋ ଷ୍ଟେଶନ ଛାତ ଉପରେ ଚଢ଼ି ଜଣେ ଯୁବତୀ ତଳକୁ ଡେଇଁ ପଡ଼ିଥିଲେ। ଏହି ଦୃଶ୍ୟ ସେହି ସମୟରେ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଯୁବତୀ ଜଣକ ବର୍ତ୍ତି ଯାଇଛନ୍ତି। ସିଆଇଏସ୍‌ଏଫ୍‌ ଯବାନ ଓ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ଯୁବତୀଙ୍କ ଜୀବନ ରକ୍ଷା ପାଇଯାଇଛି।

ଘଟଣା ଘଟିଥିଲା ସକାଳ ୭ଟା ୨୮ ମିନିଟ୍‌ରେ। ଏହି ଖବର ଆଖପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା। ଖବରରୁ ଜଣାପଡ଼ିଛି, ଯୁବତୀ ଜଣକ ଛାତରୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ସିଆଇଏସ୍‌ଏଫ୍‌ ଯବାନ ତାଙ୍କୁ ଦେଖି ଦେଇଥିଲେ। ଏହାପରେ ସେମାନେ ସଙ୍ଗେ ସଙ୍ଗେ ସଜାଗ ହୋଇ ପଡ଼ିଥିଲେ ଏବଂ ଯୁବତୀଙ୍କୁ ବଞ୍ଚାଇବା ପାଇଁ ତତ୍ପରତା ଦେଖାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଯବାନମାନେ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ଛାତରୁ ଓହ୍ଲାଇ ଯିବାକୁ କହିଥିଲେ, ହେଲେ ଯୁବତୀ ସେମାନଙ୍କ କଥା ଆଦୌ ଶୁଣିବାକୁ ପ୍ରସ୍ତୁତ ନ ଥିଲେ।

ଗୋଟିଏ ପଟେ କିଛି ଯବାନ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଆଉ କିଛି ଯବାନ ଉପସ୍ଥିତ ବୁଦ୍ଧି ଖଟାଇ ତଳେ ଏକ ଚାଦର ବିଛାଇ ଦେଇଥିଲେ। ଯେପରି ଯୁବତୀ ଡେଇଁଲେ ବି ତାଙ୍କ ଜୀବନ ରକ୍ଷା ପାଇଯିବ। ଏଥି ସହିତ ସ୍ଥାନୀୟ ପୋଲିସ ଏବଂ ଆମ୍ବୁଲାନ୍ସକୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଥିଲା।

ତେବେ ସିଆଇଏସ୍‌ଏଫ୍‌ ଯବାନ ବୁଝାଉଥିବା ବେଳେ ଯୁବତୀ ଜଣକ ହଠାତ୍‌ ଛାତରୁ ଡେଇଁ ପଡ଼ିଥିଲେ। କିନ୍ତୁ ଚାଦର ଧରି ଛିଡ଼ା ହୋଇଥିବା ଯବାନମାନେ ତାଙ୍କୁ ଧରି ପକାଇଥିଲେ। ଯଦିଓ ଏଥିରେ ଯୁବତୀଙ୍କ ଗୋଡ଼ ଏବଂ ଶରୀରର କିଛି ଭାଗ ଆଘାତପ୍ରାପ୍ତ ହୋଇଛି। ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଲାଲ୍‌ ବାହାଦୂର ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

Roshni

Recent Posts

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

4 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

9 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

27 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

36 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

40 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

1 hour ago