photo: India Posts English
ତେଲେଙ୍ଗାନାରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ରାଜ୍ୟର ବିକାରାବାଦ ଜିଲ୍ଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। କିଛି ଅଜଣା ଦୁର୍ବୃତ୍ତ ଯୁବତୀଙ୍କ ଆଖିରେ ପେଚକସ୍ ଫୁଟାଇ ତାଙ୍କ ବେକକୁ ବ୍ଲେଡ୍ରେ କାଟି ଦେଇଛନ୍ତି। ପୋଲିସ ଯୁବତୀଙ୍କ ମୃତଦେହକୁ ଏକ ପୋଖରୀରୁ ଜବତ କରିଛି।
ପୋଲିସ ସୂଚନା ମୁତାବକ, ମୃତ ଯୁବତୀଙ୍କ ନାମ ଜୁଟୁ ସିରିଶା। ସେ ଜୁନ୍ ୧୦ ତାରିଖ ରାତି ପ୍ରାୟ ୧୧ଟାରେ ଘରୁ ବାହାରିଥିଲେ। ଏହାର କିଛି ସମୟ ପରେ ସ୍ଥାନୀୟ ଲୋକମାନେ ନିକଟସ୍ଥ ଏକ ପୋଖରୀରେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ପ୍ରାଥମିକ ଯାଞ୍ଚରୁ ପୋଲିସ ଜାଣିବାକୁ ପାଇଛି ଯେ ଆଖିରେ ଗୁରୁତର ଆଘାତ ଲାଗିବା ସହ ଯୁବତୀଙ୍କ ବେକ କଟା ହୋଇଛି। ହାତରେ ମଧ୍ୟ କ୍ଷତ ଚିହ୍ନ ରହିଛି। ୧୯ ବର୍ଷୀୟା ଯୁବତୀ ହସ୍ପିଟାଲରେ କାମ କରୁଥିଲେ ଏବଂ ଜୁନ୍ ୧୦ ରାତିରେ ସେ ଘରୁ କାହାକୁ କିଛି ନ କହି ବାହାରି ଆସିଥିଲେ।
ଯେତେବେଳେ ତାଙ୍କ ବାପା ଝିଅକୁ ଖୋଜାଖୋଜି ଆରମ୍ଭ କରିଥିଲେ, ତ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ପରେ ସ୍ଥାନୀୟ ଲୋକେ ଯୁବତୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ କରୁଛି। ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ।
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…