ଲୋମଟାଙ୍କୁରା ହତ୍ୟାକାଣ୍ଡ: ୧୯ ବର୍ଷୀୟା ଯୁବତୀଙ୍କ ଆଖିରେ ଫୋଡ଼ିଦେଲେ ପେଚକସ୍‌, ବ୍ଲେଡ୍‌ରେ କାଟିଦେଲେ ବେକ

ତେଲେଙ୍ଗାନାରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ରାଜ୍ୟର ବିକାରାବାଦ ଜିଲ୍ଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। କିଛି ଅଜଣା ଦୁର୍ବୃତ୍ତ ଯୁବତୀଙ୍କ ଆଖିରେ ପେଚକସ୍‌ ଫୁଟାଇ ତାଙ୍କ ବେକକୁ ବ୍ଲେଡ୍‌ରେ କାଟି ଦେଇଛନ୍ତି।

ତେଲେଙ୍ଗାନାରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ରାଜ୍ୟର ବିକାରାବାଦ ଜିଲ୍ଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। କିଛି ଅଜଣା ଦୁର୍ବୃତ୍ତ ଯୁବତୀଙ୍କ ଆଖିରେ ପେଚକସ୍‌ ଫୁଟାଇ ତାଙ୍କ ବେକକୁ ବ୍ଲେଡ୍‌ରେ କାଟି ଦେଇଛନ୍ତି। ପୋଲିସ ଯୁବତୀଙ୍କ ମୃତଦେହକୁ ଏକ ପୋଖରୀରୁ ଜବତ କରିଛି।

ପୋଲିସ ସୂଚନା ମୁତାବକ, ମୃତ ଯୁବତୀଙ୍କ ନାମ ଜୁଟୁ ସିରିଶା। ସେ ଜୁନ୍‌ ୧୦ ତାରିଖ ରାତି ପ୍ରାୟ ୧୧ଟାରେ ଘରୁ ବାହାରିଥିଲେ। ଏହାର କିଛି ସମୟ ପରେ ସ୍ଥାନୀୟ ଲୋକମାନେ ନିକଟସ୍ଥ ଏକ ପୋଖରୀରେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ପ୍ରାଥମିକ ଯାଞ୍ଚରୁ ପୋଲିସ ଜାଣିବାକୁ ପାଇଛି ଯେ ଆଖିରେ ଗୁରୁତର ଆଘାତ ଲାଗିବା ସହ ଯୁବତୀଙ୍କ ବେକ କଟା ହୋଇଛି। ହାତରେ ମଧ୍ୟ କ୍ଷତ ଚିହ୍ନ ରହିଛି। ୧୯ ବର୍ଷୀୟା ଯୁବତୀ ହସ୍ପିଟାଲରେ କାମ କରୁଥିଲେ ଏବଂ ଜୁନ୍‌ ୧୦ ରାତିରେ ସେ ଘରୁ କାହାକୁ କିଛି ନ କହି ବାହାରି ଆସିଥିଲେ।

ଯେତେବେଳେ ତାଙ୍କ ବାପା ଝିଅକୁ ଖୋଜାଖୋଜି ଆରମ୍ଭ କରିଥିଲେ, ତ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ପରେ ସ୍ଥାନୀୟ ଲୋକେ ଯୁବତୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ କରୁଛି। ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ।

Leave A Reply

Your email address will not be published.