ଦେଶ ବିଦେଶ

‘ତୃତୀୟ ସନ୍ତାନ ଜନ୍ମ କର, ନେଇଯାଅ ୧୧ ଲକ୍ଷ ଟଙ୍କା ବୋନସ୍‌’… ମହିଳାଙ୍କୁ ବର୍ଷଯାକର ଛୁଟି ସହ ଏମିତି ଘୋଷଣା କଲା ଏହି କମ୍ପାନୀ

ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ଚୀନ ଆପଣାଇଥିଲା ଓ୍ଵାନ ଚାଇଲ୍ଡ ପଲିସି। ଏହି ନୀତିକୁ ଏତେ କଡ଼ାକଡ଼ି ଭାବରେ ଲାଗୁ କରାଯାଇଥିଲା ଯେ ଦେଶରେ ହୁ ହୁ ହୋଇ ବଢ଼ି ଚାଲିଲା ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା। ଏଭଳି ସ୍ଥିତିରେ ଯୁବଗୋଷ୍ଠୀଙ୍କ ସଂଖ୍ୟା କମୁ ଥିବାର ଦେଖି ଚୀନ ତତ୍ପର ହୋଇ ଉଠିଛି। ବର୍ତ୍ତମାନ ଚୀନ ଗୋଟିଏ କି ଦୁଇଟି ନୁହେଁ, ବରଂ ୩ଟି ସନ୍ତାନ ଜନ୍ମ କରିବା ପାଇଁ ନୂଆ ପଲିସି ଲାଗୁ କରି ଦେଇଛି।

ସରକାରଙ୍କ ପଦକ୍ଷେପକୁ ନଜରରେ ରଖି ଚୀନର ଏକ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ଉପହାର ଦେବା ଆରମ୍ଭ କରି ଦେଇଛି। ଏଣିକି ତୃତୀୟ ସନ୍ତାନ ଜନ୍ମ କଲେ ପ୍ରତି କର୍ମଚାରୀଙ୍କୁ ବୋନସ୍‌ ସହ ଛୁଟି ମିଳି ପାରିବ। Beijing Dabeinong Technology Group କହିଛି ଯେ ଯଦି କମ୍ପାନୀର କେହି କର୍ମଚାରୀ ତୃତୀୟ ସନ୍ତାନ ଜନ୍ମ କରୁଛନ୍ତି, ତା’ ହେଲେ ତାଙ୍କୁ ୯୦ ହଜାର ୟୁଆନ ଅର୍ଥାତ୍‌ ପାଖାପାଖି ୧୧.୫ ଲକ୍ଷ ଟଙ୍କା ବୋନସ୍‌ ପ୍ରଦାନ କରାଯିବ।

ମହିଳା କର୍ମଚାରୀଙ୍କୁ ବର୍ଷସାରା ଛୁଟି

କମ୍ପାନୀ କହିଛି, ପ୍ରଥମରୁ ହିଁ କର୍ମଚାରୀମାନଙ୍କୁ ପ୍ରଥମ ଛୁଆ ଜନ୍ମରେ ୩.୫ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ ଛୁଆ ଜନ୍ମରେ ୭ ଲକ୍ଷ ଟଙ୍କା ଦିଆଯାଇ ଆସୁଛି। ଏଥି ସହ ସନ୍ତାନ ଜନ୍ମ କରୁଥିବା ମହିଳା କର୍ମଚାରୀମାନଙ୍କୁ ବର୍ଷସାରା ଛୁଟି ମଧ୍ୟ ମିଳୁଛି। କମ୍ପାନୀର କହିବା ହେଲା, ଦେଶର ଅର୍ଥବ୍ୟବସ୍ଥାକୁ ଆଗକୁ ବଢ଼ାଇବା ତଥା କୁଶଳୀ ମ୍ୟାନ୍‌ପାଓ୍ଵାର ବଢ଼ାଇବା ପାଇଁ ଜନସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି।

ଚୀନରେ ପୁଣି ଆରମ୍ଭ ହେଲା ଜନସଂଖ୍ୟାର ବୃଦ୍ଧିର ପ୍ରୟାସ

କହି ରଖୁଛୁ, ଚୀନରେ ବର୍ଷ ୨୦୧୬ ପର୍ଯ୍ୟନ୍ତ ଓ୍ଵାନ୍‌ ଚାଇଲ୍ଡ ପଲିସି ଲାଗୁ ରହିଥିଲା, ଯଦ୍ଦ୍ଵାରା ଚୀନର ଜନସଂଖ୍ୟା ବୃଦ୍ଧି ଏକ ପ୍ରକାର ଠପ୍‌ ହୋଇ ପଡ଼ିଥିଲା। ଏଥରୁ ଦେଶର ଅର୍ଥବ୍ୟବସ୍ଥାକୁ ମଧ୍ୟ ଶକ୍ତ ଧକ୍କା ଲାଗିଥିଲା, ଯାହାପରେ ଚୀନ ୨୦୧୬ ଜାନୁଆରୀରେ ଏହି ପଲିସିକୁ ବନ୍ଦ କରି ଲୋକଙ୍କୁ ଦ୍ୱିତୀୟ ସନ୍ତାନ ଜନ୍ମ କରିବାକୁ ଅନୁମତି ଦେଇଥିଲା। କିନ୍ତୁ ଲୋକଙ୍କ ଉପରେ ଏହାର କୌଣସି ବି ପ୍ରଭାବ ଦେଖିବାକୁ ମିଳି ନ ଥିଲା, ଯାହାଫଳରେ ଏଠାକାର ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଇ ଚାଲିଥିଲା।

ଏହାପରେ ସରକାର ମେ’ ୨୦୨୧ରେ ତୃତୀୟ ସନ୍ତାନ ଜନ୍ମ ନେଇ ନୂଆ ପଲିସି ଲାଗୁ କରିଥିଲେ ଏବଂ ବର୍ତ୍ତମାନ ଲୋକଙ୍କୁ ତୃତୀୟ ସନ୍ତାନ ଜନ୍ମ କରିବା ପାଇଁ ନୂଆ ପ୍ରୋତ୍ସାହନ ଦେବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

14 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

33 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

41 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

57 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago