ଦେଶ ବିଦେଶ

୩୦ ମଇ ପର୍ଯ୍ୟନ୍ତ Go First ର ସମସ୍ତ ଉଡାଣ ବାତିଲ, ଯାତ୍ରୀଙ୍କୁ ମିଳିବ ଟିକେଟ ରିଫଣ୍ଡ

ଗୋ ଫାଷ୍ଟ ଏୟାରଲାଇନ୍ସ ୩୦ ମେ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ରଦ୍ଦ କରିଛି । ଆଉ ଟିକେଟ କରିଥିବା ଯାତ୍ରୀଙ୍କୁ ଖୁବଶୀଘ୍ର ରିଫଣ୍ଡ କରିବ ବୋଲି ଏୟାରଲାଇନ୍ସ ସୂଚନା ଦେଇଛି । ଏୟାରଲାଇନ୍ସ ପକ୍ଷରୁ ଉଡାଣ ବାତିଲ ହେବାରୁ ଅନେକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । କମ୍ପାନୀ ଖୁବଶୀଘ୍ର ଉଡାଣ ପରିଚାଳନା ଆରମ୍ଭ କରିବ ।

ଖବର ମୁତାବକ, ଗୋ ଫାଷ୍ଟ ଏୟାରଲାଇନ୍ସ ଦେବାଳିଆ ହେବା କାରଣରୁ ୩ ମଇରେ ୨୦୨୩ ପର୍ଯ୍ୟନ୍ତ ସମସ୍ତ ଉଡାଣ ରଦ୍ଦ କରିଦେଇଥିଲା । ତେବେ ଉଡାଣ ଭରିବାର କୌଣସି ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରାଯାଇନାହିଁ । ଏହା ପୂର୍ବରୁ ଏୟାରଲାଇନ୍ସ ସୂଚନା ଦେଇଥିଲା କି, ୨୭ ତାରିଖରୁ ବିମାନ ଉଡାଣ ଭରିବ କିନ୍ତୁ ଏବେ ୩୦ ମଇ ଯାଏଁ ସମସ୍ତ ଉଡାଣ ବାତିଲ କରିଛି ।

ତେବେ ଦେବାଳିଆ ସ୍ଥିତିରେ ଥିବା ଏୟାରଲାଇନ୍ସ କମ୍ପାନୀକୁ ପୁଣିଥରେ ପରିଚାଳନା କରିବା ପାଇଁ ପ୍ରଥମେ ସମସ୍ତ ରିଭାଇବଲ ପ୍ଲାନ ଦେବାକୁ ଡିଜିସିଏ କହିଥିଲା । ୩ ତାରିଖରୁ ଏୟାରଲାଇନ୍ସର ସମସ୍ତ ଉଡାଣ ବନ୍ଦ ରହିଛି ।

ସୂଚନାଯୋଗ୍ୟ,  ୨୦୦୫ରୁ ଆରମ୍ଭ ହୋଇଥିବା ବିମାନ ସେବା ଗୋଫାଷ୍ଟ ଶସ୍ତା ବିମାନଯାତ୍ରା କରାଉଥିଲା । ହେଲେ ଏବେ କମ୍ପାନୀ କରିଥିବା କରଜ ଯୋଗୁଁ କମ୍ପାନୀ ବୁଡିବାକୁ ବସିଛି । ଏହା ପୂର୍ବରୁ ୨ ଓ ୩ ତା’ ପରେ ୫ ତାରିଖ ଯାଏଁ ସମସ୍ତ ଉଡାଣ ବାତିଲ କରିଥିଲା । ଏଥିପାଇଁ ଗୋ ଫାଷ୍ଟ ଏୟାରଲାଇନ୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଡିଜିସିଏ । କମ୍ପାନୀ ନିଷ୍ପତ୍ତି ଅନୁଯାୟୀ ଏହାର ୨୫ ବିମାନର ଉଡ଼ାଣ ବନ୍ଦ କରିଥିଲା । ପୂର୍ବରୁ କୌଣସି ନୋଟିସ ନ ଦର୍ଶାଇ ଏୟାରଲାଇନ୍ସ ୩ ଏବଂ ୪ ମଇର ଉଡାଣ ରଦ୍ଦ କରିଥିଲା । ଏହା ଉପରେ ମୋଟ ୬,୫୨୭ କୋଟି ଟଙ୍କା ଋଣ ଭାର ରହିଛି।

Swagatika

Recent Posts

୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି…

7 mins ago

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

36 mins ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

56 mins ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

1 hour ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

1 hour ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

2 hours ago