୩୦ ମଇ ପର୍ଯ୍ୟନ୍ତ Go First ର ସମସ୍ତ ଉଡାଣ ବାତିଲ, ଯାତ୍ରୀଙ୍କୁ ମିଳିବ ଟିକେଟ ରିଫଣ୍ଡ
ଗୋ ଫାଷ୍ଟ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ୩୦ ମେ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ରଦ୍ଦ କରିଛି ଗୋ ଫାଷ୍ଟ ଏୟାରଲାଇନ୍ସ । ଆଉ ଟିକେଟ କରିଥିବା ଯାତ୍ରୀଙ୍କୁ ଖୁବଶୀଘ୍ର ରିଫଣ୍ଡ କରିବ ବୋଲି ଏୟାରଲାଇନ୍ସ ସୂଚନା ଦେଇଛି ।
ଗୋ ଫାଷ୍ଟ ଏୟାରଲାଇନ୍ସ ୩୦ ମେ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ରଦ୍ଦ କରିଛି । ଆଉ ଟିକେଟ କରିଥିବା ଯାତ୍ରୀଙ୍କୁ ଖୁବଶୀଘ୍ର ରିଫଣ୍ଡ କରିବ ବୋଲି ଏୟାରଲାଇନ୍ସ ସୂଚନା ଦେଇଛି । ଏୟାରଲାଇନ୍ସ ପକ୍ଷରୁ ଉଡାଣ ବାତିଲ ହେବାରୁ ଅନେକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । କମ୍ପାନୀ ଖୁବଶୀଘ୍ର ଉଡାଣ ପରିଚାଳନା ଆରମ୍ଭ କରିବ ।
ଖବର ମୁତାବକ, ଗୋ ଫାଷ୍ଟ ଏୟାରଲାଇନ୍ସ ଦେବାଳିଆ ହେବା କାରଣରୁ ୩ ମଇରେ ୨୦୨୩ ପର୍ଯ୍ୟନ୍ତ ସମସ୍ତ ଉଡାଣ ରଦ୍ଦ କରିଦେଇଥିଲା । ତେବେ ଉଡାଣ ଭରିବାର କୌଣସି ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରାଯାଇନାହିଁ । ଏହା ପୂର୍ବରୁ ଏୟାରଲାଇନ୍ସ ସୂଚନା ଦେଇଥିଲା କି, ୨୭ ତାରିଖରୁ ବିମାନ ଉଡାଣ ଭରିବ କିନ୍ତୁ ଏବେ ୩୦ ମଇ ଯାଏଁ ସମସ୍ତ ଉଡାଣ ବାତିଲ କରିଛି ।
Due to operational reasons, Go First flights until 30th May 2023 are cancelled. We apologise for the inconvenience caused and request customers to visit https://t.co/W9zQ6X3vmu for more information. For any queries or concerns, please feel free to contact us. pic.twitter.com/norPCJLYD1
— GO FIRST (@GoFirstairways) May 26, 2023
ତେବେ ଦେବାଳିଆ ସ୍ଥିତିରେ ଥିବା ଏୟାରଲାଇନ୍ସ କମ୍ପାନୀକୁ ପୁଣିଥରେ ପରିଚାଳନା କରିବା ପାଇଁ ପ୍ରଥମେ ସମସ୍ତ ରିଭାଇବଲ ପ୍ଲାନ ଦେବାକୁ ଡିଜିସିଏ କହିଥିଲା । ୩ ତାରିଖରୁ ଏୟାରଲାଇନ୍ସର ସମସ୍ତ ଉଡାଣ ବନ୍ଦ ରହିଛି ।
ସୂଚନାଯୋଗ୍ୟ, ୨୦୦୫ରୁ ଆରମ୍ଭ ହୋଇଥିବା ବିମାନ ସେବା ଗୋଫାଷ୍ଟ ଶସ୍ତା ବିମାନଯାତ୍ରା କରାଉଥିଲା । ହେଲେ ଏବେ କମ୍ପାନୀ କରିଥିବା କରଜ ଯୋଗୁଁ କମ୍ପାନୀ ବୁଡିବାକୁ ବସିଛି । ଏହା ପୂର୍ବରୁ ୨ ଓ ୩ ତା’ ପରେ ୫ ତାରିଖ ଯାଏଁ ସମସ୍ତ ଉଡାଣ ବାତିଲ କରିଥିଲା । ଏଥିପାଇଁ ଗୋ ଫାଷ୍ଟ ଏୟାରଲାଇନ୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଡିଜିସିଏ । କମ୍ପାନୀ ନିଷ୍ପତ୍ତି ଅନୁଯାୟୀ ଏହାର ୨୫ ବିମାନର ଉଡ଼ାଣ ବନ୍ଦ କରିଥିଲା । ପୂର୍ବରୁ କୌଣସି ନୋଟିସ ନ ଦର୍ଶାଇ ଏୟାରଲାଇନ୍ସ ୩ ଏବଂ ୪ ମଇର ଉଡାଣ ରଦ୍ଦ କରିଥିଲା । ଏହା ଉପରେ ମୋଟ ୬,୫୨୭ କୋଟି ଟଙ୍କା ଋଣ ଭାର ରହିଛି।