ପୂର୍ବତନ ସିଏମ୍‌ ମନୋହର ପାରିକରଙ୍କ ପୈତୃକ ଗାଁରେ ଫଟୋ ଉଠାଇଲେ ଦେବାକୁ ପଡ଼େ ୧୦୦ ଟଙ୍କା, ଜାଣନ୍ତୁ କାହିଁକି

ଗୋଆର ପୂର୍ବ ସିଏମ୍‌ ମନୋହର ପାରିକରଙ୍କର ପୈତୃକ ଗାଁ ପର୍ସରେ ଫଟୋ ଉଠାଇବା କିମ୍ବା ଭିଡିଓ କରିବା ପାଇଁ ୧୦୦ଟଙ୍କାର ‘ସ୍ୱଚ୍ଛତା ଟ୍ୟାକ୍ସ’ ଦେବାକୁ ପଡ଼ିବ। ଏହି ଗାଁରେ ବୋର୍ଡ ଲଗାଯାଇ ଯାତ୍ରୀମାନଙ୍କୁ ଟ୍ୟାକ୍ସ ଦେବାର ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ୧୭ ମାର୍ଚ୍ଚରେ ମନୋହର ପାରିକରଙ୍କର ଦେହାନ୍ତ ହୋଇଯାଇଛି। ଏଠାରେ ଅନେକ ବଲିଉଡ୍‌ ଫିଲ୍ମର ସୁଟିଂ ମଧ୍ୟ ହୋଇସାରିଛି।
ଗୋଆର ଲୋକପ୍ରିୟ କାଲାନଗୁଟି ମଧ୍ୟରେ ଏହି ଗାଁ ଖୁବ୍‌ ଲୋକପ୍ରିୟ। ଅନ୍ୟପଟେ ସୁନ୍ଦର ରାସ୍ତା ପାଇଁ ମଧ୍ୟ ଏହି ଗାଁ ଲୋକପ୍ରିୟ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକମାନେ ମଧ୍ୟ ଏହି ଗାଁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି।

ଏହାସହ ପଢନ୍ତୁ: ମିଳିଗଲା ‘ଟଙ୍କା ଗଛ’! ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ଗାଁର ସରପଞ୍ଚ ଡେଲିଲାହ ଲୋବୋଙ୍କ କହିବା ଅନୁଯାୟୀ, ଏଠାରେ ଅନେକ ସମୟରେ ଫଟୋ ସୁଟ୍‌ ପାଇଁ ମଧ୍ୟ ରାସ୍ତାରେ ଭିଡ ଜମିଥାଏ। ଅନେକ ସମୟରେ ଗାଡିରେ ଯାଉଥିବା ଲୋକମାନେ ମଧ୍ୟ ଏହି ଗହଳିରେ ଫସି ଯାଇଥାନ୍ତି ଏବଂ ଏହି ଗହଳି ଶେଷ ହେବା ପାଇଁ ଅନେକ ସମୟ ଧରି ଅପେକ୍ଷା କରି ରହିଥାନ୍ତି। ଏଠାରେ ଲାଗିଥିବା ସୂଚନା ଫଳକ ଅନୁଯାୟୀ ଟ୍ୟାକ୍ସ କେବଳ ଯାତ୍ରୀମାନଙ୍କଠାରୁ ହିଁ ନିଆଯାଇଥାଏ। ସୂଚନା ଅନୁଯାୟୀ ଅନେକ ପର୍ଯ୍ୟଟକମାନଙ୍କର ଅଡିଓ କ୍ଲିପ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେମାନେ କହିଥିଲେ କି ଏଭଳି ସର୍ତ୍ତ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗୋଆ ଆସିବା କଷ୍ଟକର ହୋଇପାରେ।

KNews Bureau

Recent Posts

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

37 mins ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

1 hour ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

1 hour ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

2 hours ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

2 hours ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

2 hours ago