ପୂର୍ବତନ ସିଏମ୍ ମନୋହର ପାରିକରଙ୍କ ପୈତୃକ ଗାଁରେ ଫଟୋ ଉଠାଇଲେ ଦେବାକୁ ପଡ଼େ ୧୦୦ ଟଙ୍କା, ଜାଣନ୍ତୁ କାହିଁକି

ଗୋଆର ପୂର୍ବ ସିଏମ୍ ମନୋହର ପାରିକରଙ୍କର ପୈତୃକ ଗାଁ ପର୍ସରେ ଫଟୋ ଉଠାଇବା କିମ୍ବା ଭିଡିଓ କରିବା ପାଇଁ ୧୦୦ଟଙ୍କାର ‘ସ୍ୱଚ୍ଛତା ଟ୍ୟାକ୍ସ’ ଦେବାକୁ ପଡ଼ିବ। ଏହି ଗାଁରେ ବୋର୍ଡ ଲଗାଯାଇ ଯାତ୍ରୀମାନଙ୍କୁ ଟ୍ୟାକ୍ସ ଦେବାର ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ୧୭ ମାର୍ଚ୍ଚରେ ମନୋହର ପାରିକରଙ୍କର ଦେହାନ୍ତ ହୋଇଯାଇଛି। ଏଠାରେ ଅନେକ ବଲିଉଡ୍ ଫିଲ୍ମର ସୁଟିଂ ମଧ୍ୟ ହୋଇସାରିଛି।
ଗୋଆର ଲୋକପ୍ରିୟ କାଲାନଗୁଟି ମଧ୍ୟରେ ଏହି ଗାଁ ଖୁବ୍ ଲୋକପ୍ରିୟ। ଅନ୍ୟପଟେ ସୁନ୍ଦର ରାସ୍ତା ପାଇଁ ମଧ୍ୟ ଏହି ଗାଁ ଲୋକପ୍ରିୟ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକମାନେ ମଧ୍ୟ ଏହି ଗାଁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି।
ଏହାସହ ପଢନ୍ତୁ: ମିଳିଗଲା ‘ଟଙ୍କା ଗଛ’! ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ
ଗାଁର ସରପଞ୍ଚ ଡେଲିଲାହ ଲୋବୋଙ୍କ କହିବା ଅନୁଯାୟୀ, ଏଠାରେ ଅନେକ ସମୟରେ ଫଟୋ ସୁଟ୍ ପାଇଁ ମଧ୍ୟ ରାସ୍ତାରେ ଭିଡ ଜମିଥାଏ। ଅନେକ ସମୟରେ ଗାଡିରେ ଯାଉଥିବା ଲୋକମାନେ ମଧ୍ୟ ଏହି ଗହଳିରେ ଫସି ଯାଇଥାନ୍ତି ଏବଂ ଏହି ଗହଳି ଶେଷ ହେବା ପାଇଁ ଅନେକ ସମୟ ଧରି ଅପେକ୍ଷା କରି ରହିଥାନ୍ତି। ଏଠାରେ ଲାଗିଥିବା ସୂଚନା ଫଳକ ଅନୁଯାୟୀ ଟ୍ୟାକ୍ସ କେବଳ ଯାତ୍ରୀମାନଙ୍କଠାରୁ ହିଁ ନିଆଯାଇଥାଏ। ସୂଚନା ଅନୁଯାୟୀ ଅନେକ ପର୍ଯ୍ୟଟକମାନଙ୍କର ଅଡିଓ କ୍ଲିପ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେମାନେ କହିଥିଲେ କି ଏଭଳି ସର୍ତ୍ତ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗୋଆ ଆସିବା କଷ୍ଟକର ହୋଇପାରେ।