Below header

ମେଟ୍ରୋ ଭଡା ବୃଦ୍ଧିକୁ ନେଇ ଚିଲ୍ଲୀରେ ଆକ୍ରମଣାତ୍ମକ ବିକ୍ଷୋଭ: ୧୯ ମୃତ, ୧୬୫୯ରୁ ଅଧିକ ଲୋକ ଆହତ

ସାଣ୍ଟିଆଗୋ:ଚିଲ୍ଲୀରେ ପାଖାପାଖି ତିନି ସପ୍ତାହ ହେବ ରାଷ୍ଟ୍ରବ୍ୟାପି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଯାହାର କାରଣ ମେଟ୍ରୋ ଭଡା ବୃଦ୍ଧି । ଆରମ୍ଭରେ ଏହି ବିକ୍ଷୋଭ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବାବେଳେ ବର୍ତ୍ତମାନ ଏହା ଆକ୍ରମଣାତ୍ମକ ରୂପ ନେଇ ସାରିଛି । ଏହି ବିକ୍ଷୋଭ ୬ ଅକ୍ଟୋବରରେ ଆରମ୍ଭ ହୋଇଥିଲା ।

chile protestମଙ୍ଗଳବାର ଏକ ନ୍ୟୁଜ୍ ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ବିକ୍ଷୋଭକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିଥିବା ବେଳେ ଏଯାଏଁ ପାଖପାଖି ୧୯ ଲୋକଙ୍କର ପ୍ରାଣ ଯାଇସାରିଥିବାବେଳେ ୧୬୫୯ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଧିକାଂଶ ଲୋକ ପୋଲିସ୍ ଗୁଳିରେ ଆହତ ହୋଇଥିବା ଜଣାପଡିଛି । ଦେଶର ରାଷ୍ଟ୍ରୀୟ ମାନବଧିକାର ସଂସ୍ଥାନ ଅନୁସାରେ ସବୁ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତୀ କରାଯାଇ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।

ଏହାସହ ପଢନ୍ତୁ:

ଓଦା କପଡାରୁ ପ୍ରସ୍ତୁତ ହେଲା ବିଜୁଳି, ଜାଣନ୍ତୁ ୨୪ଘଣ୍ଟାର ପରୀକ୍ଷା ପରେ କେମିତି ମିଳିଲା ସଫଳତା

ଏହି ସଂସ୍ଥାନ ପକ୍ଷରୁ କୁହାଯାଇଛି କି ୫୯୫ ଜଣ ଲୋକ ଗୁଳି ବାଜିବା କାରଣରୁ ଆହତ ହୋଇଛନ୍ତି ଏବଂ ୧୨୭ ଜଣ ଖଣ୍ଡିଆ ଖାବରା ହୋଇଛନ୍ତି । ଏହି ସମୟରେ ପ୍ରାୟ ୬୭୦ ମିଳିହା, ୪୭୯ ନାବାଳିକ ଏବଂ ନାବାଳିକାଙ୍କ ସମେତ ୪୩୬୪ ଜଣଙ୍କୁ ପୋଲିସ୍ ଅଟକ ରଖିଛି ।
ଅନ୍ୟପଟେ ଅଧିକାରୀମାନେ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଯେଉଁଥିରେ ସାମାଜିକ ସମସ୍ୟାକୁ ତୁଲାଇବା ପାଇଁ ୧.୨ ଆରବ ଡଲାର ଆବଣ୍ଟନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଏହି କାରଣରୁ ବିଭିନ୍ନ ସହରରେ କର୍ଫୁ ଲଗାଇ ଦିଆଯାଇଛି ।ତଥାପି ଲୋକେ ଏହାକୁ ଇଲ୍ଲଙ୍ଘଂନ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.