Below header

ମନ୍ଦିରରେ ଦୀପ ଜାଳି ପତିଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା

ଏବେକା ସମୟରେ ତ ଛୋଟରୁ ବଡ ସମସ୍ତେ ନିଜ ନିଜ ଜନ୍ମଦିନରେ କେକ କାଟୁଛନ୍ତି, ପାର୍ଟି କରୁଛନ୍ତି । ଏଭଳି ଜନ୍ମଦିନ ପାଳନ ଏବେ ଅତି ସାଧାରଣ ହୋଇଗଲାଣି । କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ସ୍ୱାମୀଙ୍କ ଜନ୍ମଦିନକୁ କିଛିଟା ଭିନ୍ନ ଉପାୟରେ ପାଳନ କରିଥିବା ନଜର ଆସିଛି । ପ୍ରକୃତରେ ନଭେମ୍ବର ୫ ତାରିଖରେ ବିରାଟ କୋହଲି ଙ୍କର ଜନ୍ମଦିନ ଥିଲା । ଏହି ଅବସରରେ ଅନୁଷ୍କା ନିଜ ପତିଙ୍କ ସହ କଟାଇଥିବା କିଛି ବିଶେଷ ମୁହୂର୍ତ୍ତକୁ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଥିଲେ । ଏହା ସହ ଏକ ମନ୍ଦିରରେ ଦୀପ ଜଳୁଥିବା ମଧ୍ୟ ନଜରକୁ ଆସିଥିଲେ ।

virat anuska

ଏହି ଫୋଟୋ ସେୟାର କରୁଥିବା ସମୟରେ ଅନୁଷ୍କା ବିରାଟଙ୍କ ଉଦ୍ଦେଶ୍ୟରେ ଲେଖିଥିଲେଯେ ମୋ ସାଥି, ମୋ ସଚ୍ଚା ପ୍ୟାର, ମୋର ସବୁଠୁ ବିଶ୍ୱାସ ଯୋଗ୍ୟ ପାତ୍ର ତମେ ତମ ଜୀବନରେ ଖୁବ ଉନ୍ନତି କର । ତମ ବିଶେଷ ଗୁଣ ହିଁ ତମକୁ ଆଜି ଏକ ଭଲ ଲିଡରର ପରିଚୟ ଦେଇପାରିଛି । ଈଶ୍ୱର କରନ୍ତୁ ତମେ ଏମିତି ଆହୁରି ଆଗକୁ ବଢ଼ିଚାଲ । ଗୋଟେ ଫୋଟୋରେ ଅନୁଷ୍କା ଓ ବିରାଟ ଦୀପ ଜଳୁଥିବା ନଜର ଆସିଥିବା ବେଳେ ଅନ୍ୟ ଏକ ଫୋଟୋରେ ଦୁହେଁ ଏକାଠି ଲଞ୍ଚ କରୁଥିବା ଦେଖାଦେଇଥିଲେ । ସୂଚନା ଦେବା ଯୋଗ୍ୟକି ଏଦୁହେଁ ବର୍ତ୍ତମାନ ଭୁଟାନରେ ନିଜ ନିଜ ଛୁଟି କାଟୁଛନ୍ତି | ପ୍ରାୟ ୨ ଦିନ ତଳେ ମଧ୍ୟ ଅନୁଷ୍କା ଭୁଟାନ ଟ୍ରିପର କିଛି ଫୋଟୋ ସେୟାର କରିଥିଲେ ।

ଏହା ସହ ପଢନ୍ତୁ: ଅଚିହ୍ନା ଲୋକଙ୍କ ସହିତ ବସି ଚା ପିଇଲେ ବିରାଟ ଓ ଅନୁଷ୍କା, ପଡୋଶୀ ବି ଜାଣିପାରିଲେନି

ଅନୁଷ୍କା ଏହାର ଏକ ଅନୁଭୂତି ମଧ୍ୟ କହିଥିଲେଯେ ନିଜର ଟ୍ରିପ ମାଧ୍ୟମରେ ସେ କିପରି ଏକ ବାଛୁରୀକୁ ଚାରା ଖାଇବାକୁ ଦେଇଥିଲେ । ଏହି ସମୟରେ ବାଛୁରୀଟିର ମାଲିକ ତାଙ୍କୁ ଅତିଥି ଭାବେ ସତ୍କାର କରି ଚାହା ପିଇବାକୁ ମଧ୍ୟ ଦେଇଥିଲେ । ଏହି ସବୁ ଅନୁଭୂତି ବହୁତ ଖାସ ଥିଲା ବୋଲି ଅନୁଷ୍କା ନିଜ ସୋସିଆଲ ଆକାଉଣ୍ଟରେ ଲେଖି ସେୟାର କରିଛନ୍ତି । ଏକ ବିଶେଷ ମୁହୂର୍ତ୍ତ ଫୋଟୋରେ ଦୁହେଁ ଏକ ପରଫେକ୍ଟ ଲୁକରେ ମଧ୍ୟ ସାମ୍ନାକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.