ସାମାନ୍ୟ ଖେଳଣା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୁବକଙ୍କ ଅମାନବୀୟ କାଣ୍ଡ, ଶିଶୁକୁ ଓଲଟା ଲଟକାଇ ମାଡ଼ିରେ ମାଡ଼

ଆନନ୍ଦପୁର (କେନ୍ଦୁଝର): ଆଜିକାଲି ମଣିଷ ଆଧୁନିକତା ଆଡକୁ ଯେତିକି ଅଗ୍ରସର ହେଉଛି ଦିନକୁ ଦିନ ସେତିକି ଅହଙ୍କାର ଏବଂ ସ୍ବାର୍ଥପର ହେବାରେ ଲାଗିଛି । ଛୋଟ ପିଲାଙ୍କ କଥା ଛାଡନ୍ତୁ ଆଜିକାଲି ବଡମାନେ ମଧ୍ଯ ନିଜର ବୁଦ୍ଧି ବିକେକ ସବୁ ଭୁଲିଗଲେଣି । ସାମାନ୍ୟ କଥାକୁ ନେଇ ଏତେ ତଳସ୍ତରକୁ ଚାଲି ଯାଉଛନ୍ତି ଯେ ସେସବୁକୁ କହିବାକୁ ଲଜ୍ଜା ଲାଗୁଛି । ତେବେ କେନ୍ଦୁଝରରୁ ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିବନାରାୟଣ ଅଙ୍ଗନବାଡି କେନ୍ଦ୍ର-୧ର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଜଣେ ଯୁବକ ଅଙ୍ଗନବାଡି କେନ୍ଦ୍ରରେ ପଶି ଶିଶୁକୁ ମାରଧର କରିବା ସହ ଅତି ନୃଶଂସ ଭାବେ ତାର ଗୋଟିଏ ଗୋଡ଼କୁ ଟେକି ଓ ମୁଣ୍ଡକୁ ତଳକୁ କରି ଝୁଲାଇ ରଖିଥିଲା। ସେହି ଯୁବକର ପିଲା ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଛି । ପିଲାଙ୍କ ମଧ୍ୟରେ ଖେଳଣାକୁ କେନ୍ଦ୍ର କରି ସେ ଏଭଳି ମାରଧର କରିଥିବା ଜଣାପଡ଼ିଛି। ଅପରପଟେ ମାଡ଼ ଖାଇଥିବା ଶିଶୁର ବାପା ଏନେଇ ଅଭିଯୋଗ କରିବା ପରେ ଅଙ୍ଗନବାଡ଼ି ସୁପରଭାଇଜର ଗାଁରେ ପହଞ୍ଚି ଅଙ୍ଗନବାଡି କର୍ମୀଙ୍କୁ ଘଟଣାକୁ ଚପାଇବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାକୁ ଗ୍ରାମବାସୀ ତୀବ୍ର ନିନ୍ଦା କରିଛନ୍ତି।

ଆଶ୍ଚର୍ଯ୍ୟ ଲାଗୁଛି, ନିଜେ ଜଣେ ସନ୍ତାନର ବାପା ହୋଇ କିଭଳି ଭାବେ ଏହି ଯୁବକ ଜଣକ ଅନ୍ୟ ଜଣେ ଶିଶୁ ପ୍ରତି ଏଭଳି ଅତ୍ୟାଚାର କରି ପାରିଲେ ?

 

 

Leave A Reply

Your email address will not be published.