ଦେଶ ବିଦେଶ

ଗୋଲ୍ଡ ମ୍ୟାନ ନାଁରେ ପ୍ରସିଦ୍ଧ ସମ୍ରାଟଙ୍କ ମୃତ୍ୟୁ, ପିନ୍ଧୁଥିଲେ କୋଟି କୋଟି ଟଙ୍କାର ସୁନା

କୋଟି କୋଟି ଟଙ୍କାର ସୁନା ଗହଣା ପିନ୍ଧୁଥିବା ଗୋଲ୍ଡ ମ୍ୟାନ ରୂପେ ପ୍ରସିଦ୍ଧ ସମ୍ରାଟଙ୍କର ଗତ ମଙ୍‌ଗଳବାର ଦିସନ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ସମ୍ରାଟ ନିଜ ଶରୀରରେ ୮ ରୁ ୧୦ କିଲୋ ସୁନା ଗହଣା ପିନ୍ଧୁଥିଲେ। ରିପୋର୍ଟ ଅନୁଯାୟୀ ପୁଣେର ସଂଗମବାଡି ଅଞ୍ଚଳରେ ରହୁଥିବା ସମ୍ରାଟ ମୋଝେ ନିଜ ଶରୀରରେ ପ୍ରତ୍ୟେକ ଦିନ ୮ ରୁ ୧୦ କିଲ ସୁନାର ଗହଣା ପିନ୍ଧିବାର ସୌକ ରଖିଥିବା କାରଣରୁ ସମ୍ରାଟ ଗୋଲ୍ଡ ମ୍ୟାନ ନାଁରେ ଖୁବ୍‌ କମ ସମୟରେ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇଯାଇଥିଲେ। ଏହିକାରଣରୁ ମଧ୍ୟ ସମ୍ରାଟ ରାଜ୍ୟରେ ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ତାଙ୍କ ସହ ସେଲ୍ଫି ନେବା ପାଇଁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ।

୩୭ ବର୍ଷିୟ ସମ୍ରାଟ ହୀରାମନ ମୋଝେଙ୍କର ହାଟ୍‌ଆଟାକ୍‌ କାରଣରୁ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସମ୍ରାଟ ଜଣେ ବ୍ୟବସାୟୀ ଥିଲେ ଏବଂ ତାଙ୍କର ରାଜନୀତିକ କ୍ଷେତ୍ରରେ ମଧ୍ୟ ଭଲ ନାଁ ରହିଥିଲା। ସେ ପୁଣେ ସହରରେ ପ୍ରଥମେ ଟୁରିଷ୍ଠ ବସ ପାଇଁ ନିଜସ୍ୱ ବସ ଡିପୋ ଏବଂ ପାର୍କିଂ ଆରମ୍ଭ କରିଥିଲେ। ଏସବୁ ବ୍ୟତୀତ ସମ୍ରାଟ ଜମି ବ୍ୟବସାୟ ଏବଂ ଘୋଡା ବିକ୍ରି କରୁଥିଲେ।

ସମ୍ରାଟ ମୋଝେ ବିବାହିତ। ତାଙ୍କର ୨ଟି ସନ୍ତାନ ମଧ୍ୟ ରହିଛନ୍ତି। ଗତ ସପ୍ତାହରେ ସେ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ନିଜର ୩୭ତମ ଜନ୍ମଦିବସ ପାଳନ କରିଥିଲେ। ସୂଚନା ଯୋଗ୍ୟ ରାଜନୀତିରେ ତାଙ୍କ ପରିବାରର ପୂର୍ବରୁ ହିଁ ଆତ୍ମିୟତା ରହିଥିଲା। ତାଙ୍କ ଦାଦା ରାମଭାଓ ମୋଝେ ପୁଣେ ଦାପୌଡି ବିଧାନ ସଭା ନିର୍ବାଚନ କ୍ଷେତ୍ରରେ ତିନି ଥର ବିଧାୟକ ହୋଇଥିଲେ। କିଛି ସମୟ ପର୍ଯ୍ୟନ୍ତ ସମ୍ରାଟ ମୋଝେ ରାଷ୍ଟ୍ରବାଦୀ କଂଗ୍ରେସ ସହ ମଧ୍ୟ ଜୋଡି ହୋଇ ରହିଥିଲେ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

58 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

58 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

2 hours ago