photo: newindianexpress
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି। ୨୦୨୪ ଜାନୁୟାରୀରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ମଧ୍ୟ ମନ୍ଦିର ଦ୍ୱାର ଖୋଲା ଯାଇପାରେ।
ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ରାମ ମନ୍ଦିରରେ ୪୨ଟି କବାଟ ଲାଗିବ। ଏହି କବାଟ ମହାରାଷ୍ଟ୍ରରୁ ମଗାଯାଇଥିବା ଟିକ୍ କାଠରୁ ତିଆରି ହେଉଛି। କିନ୍ତୁ ମନ୍ଦିରର ଗର୍ଭଗୃହରେ ସୁନାର କବାଟ ଲଗାଯିବ। ଏହିପରି ଅନ୍ୟାନ୍ୟ କବାଟରେ ଖୋଦେଇ କରି ମୟୂର, କଳସ, ଚକ୍ର, ଫୁଲ ଆଦି ଚିତ୍ରଣ କରାଯିବ।
ଗର୍ଭଗୃହର ଚମକ୍ ଅଲଗା ହେବ। ଗର୍ଭଗୃହର କାନ୍ଥ ଓ ଚଟାଣରେ ମକରାନାର ଧଳା ମାର୍ବଲ ପଥର ଲାଗିବ, ଯେଉଁଥିରେ ଆଭ୍ୟନ୍ତରୀଣ କାମ ରହିବ। ଗର୍ଭଗୃହରେ ଭଗବାନ ରାମଙ୍କ ବାଲ୍ୟ ରୂପର ଦୁଇଟି ମୂର୍ତ୍ତି ରହିବ। ଗୋଟିଏ ମୂର୍ତ୍ତି ଚଳନ୍ତି ଏବଂ ଅନ୍ୟଟି ଅଚଳନ୍ତି ହେବ। ଚଳନ୍ତି ମୂର୍ତ୍ତିର ପୂଜା ହେବ ଏବଂ ଅଚଳନ୍ତି ମୂର୍ତ୍ତିକୁ ଭକ୍ତ ଦର୍ଶନ କରିବେ।
ପୂଜାରୀ କହିଛନ୍ତି, ରାମ ମନ୍ଦିରରେ ସୁନାର କବାଟ ବ୍ୟତୀତ ରାଜସ୍ଥାନର ବଂଶୀ ପାହାଡ଼ପୁରର ସ୍ୟାଣ୍ଡଷ୍ଟୋନ୍ ଲଗାଯାଉଛି। ଏହିପରି ମନ୍ଦିର ନିର୍ମାଣ ପାଇଁ ତେଲେଙ୍ଗାନାରେ ଗ୍ରାନାଇଟ୍ ଏବଂ ଚଣ୍ଡୀଗଡ଼ରେ ସ୍ପେଶାଲ ଇଟା ମଧ୍ୟ ତିଆରି ଚାଲିଛି।
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…
ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍ ଏହା ଉପରେ ମୋହର ମାରିଛି । କଂଗ୍ରେସର…
ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ବାଚ୍ନିକ ଭୋଟରେ ନିର୍ବାଚିତ ହେଲେ ଓମ୍ ବିର୍ଲା…
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…