Below header

ଅଯୋଧ୍ୟା: ରାମ ମନ୍ଦିର ଗର୍ଭଗୃହରେ ଲାଗିବ ‘ସୁନାର କବାଟ’, ଚଣ୍ଡୀଗଡ଼ରେ ତିଆରି ଚାଲିଛି ସ୍ୱତନ୍ତ୍ର ଇଟା

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି। ୨୦୨୪ ଜାନୁୟାରୀରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ବୋଲି ଅନୁମାନ କରାଯାଉଛି।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି। ୨୦୨୪ ଜାନୁୟାରୀରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ମଧ୍ୟ ମନ୍ଦିର ଦ୍ୱାର ଖୋଲା ଯାଇପାରେ।

ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ରାମ ମନ୍ଦିରରେ ୪୨ଟି କବାଟ ଲାଗିବ। ଏହି କବାଟ ମହାରାଷ୍ଟ୍ରରୁ ମଗାଯାଇଥିବା ଟିକ୍‌ କାଠରୁ ତିଆରି ହେଉଛି। କିନ୍ତୁ ମନ୍ଦିରର ଗର୍ଭଗୃହରେ ସୁନାର କବାଟ ଲଗାଯିବ। ଏହିପରି ଅନ୍ୟାନ୍ୟ କବାଟରେ ଖୋଦେଇ କରି ମୟୂର, କଳସ, ଚକ୍ର, ଫୁଲ ଆଦି ଚିତ୍ରଣ କରାଯିବ।

ଗର୍ଭଗୃହର ଚମକ୍‌ ଅଲଗା ହେବ। ଗର୍ଭଗୃହର କାନ୍ଥ ଓ ଚଟାଣରେ ମକରାନାର ଧଳା ମାର୍ବଲ ପଥର ଲାଗିବ, ଯେଉଁଥିରେ ଆଭ୍ୟନ୍ତରୀଣ କାମ ରହିବ। ଗର୍ଭଗୃହରେ ଭଗବାନ ରାମଙ୍କ ବାଲ୍ୟ ରୂପର ଦୁଇଟି ମୂର୍ତ୍ତି ରହିବ। ଗୋଟିଏ ମୂର୍ତ୍ତି ଚଳନ୍ତି ଏବଂ ଅନ୍ୟଟି ଅଚଳନ୍ତି ହେବ। ଚଳନ୍ତି ମୂର୍ତ୍ତିର ପୂଜା ହେବ ଏବଂ ଅଚଳନ୍ତି ମୂର୍ତ୍ତିକୁ ଭକ୍ତ ଦର୍ଶନ କରିବେ।

ପୂଜାରୀ କହିଛନ୍ତି, ରାମ ମନ୍ଦିରରେ ସୁନାର କବାଟ ବ୍ୟତୀତ ରାଜସ୍ଥାନର ବଂଶୀ ପାହାଡ଼ପୁରର ସ୍ୟାଣ୍ଡଷ୍ଟୋନ୍‌ ଲଗାଯାଉଛି। ଏହିପରି ମନ୍ଦିର ନିର୍ମାଣ ପାଇଁ ତେଲେଙ୍ଗାନାରେ ଗ୍ରାନାଇଟ୍‌ ଏବଂ ଚଣ୍ଡୀଗଡ଼ରେ ସ୍ପେଶାଲ ଇଟା ମଧ୍ୟ ତିଆରି ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.