ଦେଶ ବିଦେଶ

ବିଦେଶ ଯାତ୍ରୀଙ୍କ ପାଇଁ ସରକାର ଜାରି କଲେ ଆଡଭାଇଜରୀ, ଯାତ୍ରା ପୂର୍ବରୁ ନିଶ୍ଚୟ ପଢ଼ନ୍ତୁ ନଚେତ ହେବେ ହଇରାଣ

ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରୀ କରିଛନ୍ତି। ଏହି ଆଡଭାଇଜରୀରେ ଯାତ୍ରା ପରେ ୧୪ ଦିନ ପର୍ଯ୍ୟନ୍ତ ଯାତ୍ରୀ ନିଜକୁ ସଙ୍ଗରୋଧ କରି ରଖିବେ। ସେହିପରି ଏହା ପୂର୍ବରୁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ୭ ଦିନର ହୋମ କ୍ୱାରେଣ୍ଟାଇନ୍‌ କଥା କୁହାଯାଇଥିଲା। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୂଆ ଆଡଭାଇଜରୀ ୧୪ ଫେବୃୟାରୀ ପରଠାରୁ କାର୍ଯ୍ୟକାରୀ ହେବ।

ଯାତ୍ରୀଙ୍କୁ ନିର୍ଦ୍ଧିଷ୍ଟ ଯାତ୍ରା ପୂର୍ବରୁ ଏୟାର ସୁବିଧା ପୋର୍ଟାଲ ଉପରେ ସ୍ୱଘୋଷଣା ପତ୍ର ଜାରି କରିବାକୁ ହେବ। ଯେଉଁଥିରେ ୧୪ ଦିନର ଯାତ୍ରା କାଳର ପୂରା ଡିଟେଲ୍ସ ରହିଥିବାା ଜରୁରୀ।ଏହାସହିତ ଯାତ୍ରୀଙ୍କ କୋଡିଡ ନେଗେଟିଭ ଆରଟିପିସିଆର ରିପୋର୍ଟ ମଧ୍ୟ ଅପଲୋଡ କରିବାକୁ ହେବ। ଏହି ରିପୋର୍ଟ ଯେପରି ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଅଧିକ ପୁରୁଣା ହୋଇନଥିବ। ଏହାଛଡା ଆଡଭାଇଜରୀରେ କୁହାଯାଇଛି ଯେ ପ୍ରତ୍ୟେକ ଯାତ୍ରୀଙ୍କ ରିପୋର୍ଟର ପ୍ରାମାଣିକତା ସମ୍ବନ୍ଧରେ ଏକ ଘୋଷଣା ପତ୍ର ବି ପ୍ରସ୍ତୁତ କରିବାକୁ ହେବ। ନଚେତ ନିୟମ ଉଲଙ୍ଘନ କରିଥିବା ଯାତ୍ରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ନୂଆ ଆଡଭାଇଜରୀ ଅନୁସାରେ ଏୟାରପୋର୍ଟରେ ମହଜୁଦ ଥିବା ସ୍ୱାସ୍ଥ୍ୟ ଅଧିକାରୀ ସବୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରୀନିଙ୍ଗ କରିବେ। ଯାତ୍ରୀ ଏୟାରପୋର୍ଟ ଷ୍ଟାଫଙ୍କୁ ଅନଲାଇନରେ ପୂରଣ ହୋଇଥିବା ସ୍ୱଘୋଷିତ ଫର୍ମ ବି ଦେଖାବାକୁ ହେବ। ଲକ୍ଷଣ ନଜର ଆସିଲେ ଯାତ୍ରୀଙ୍କୁ ତୁରନ୍ତ ଆଇସୋଲେଟ କରାଯିବ।

Pritiparna

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

5 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

30 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago