ଦେଶ ବିଦେଶ

ଆମେରିକାରୁ ଲଣ୍ଡନ ଯାଉଥିବା ବିମାନରେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଏୟାରପୋର୍ଟରେ ମାଡିବସିଲା ପୋଲିସ

ବିମାନରେ ବସି ଦୂର ସ୍ଥାନକୁ ଯାତ୍ରା କରିବା କାହାକୁ ବା ଭଲ ନ ଲାଗେ। ବେଳେ ବେଳେ ବିମାନରେ ବସି ଉଡିବାର ମଜା ନେବା ପାଇଁ ଅନେକ ଲୋକ ଚାହିଁଥାନ୍ତି। କିନ୍ତୁ ବିମାନରେ ଯାତ୍ରା କରିବା କାହା ପାଇଁ ମହଙ୍ଗା ହୋଇପାରେ, ସେକଥା ହୁଏତ କେହି ଭାବିନଥିବ। ଏମିତି ଏକ ଘଟଣା ଆମେରିକାର ନ୍ୟୁ ଜର୍ସିରୁ ଲଣ୍ଡନ ଯାଉଥିବା ଫ୍ଲାଇଟର ବିଜନେସ କ୍ଲାସରେ ଥିବା ମହିଳା ଯାତ୍ରୀଙ୍କ ସହିତ ଘଟିଥିଲା।

ସୂଚନାଯୋଗ୍ୟ, ଆମେରିକା ନ୍ୟୁ ଜର୍ସିରୁ ଲଣ୍ଡନ ଯାଉଥିବା ଏକ ବିମାନରେ ବିଜନେସ କ୍ଲାସରେ ବସିଥିବା ମହିଳାଙ୍କୁ ଦୁଷ୍କର୍ମ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବ୍ରିଟେନ ପୋଲିସ ଗିରଫ କରିଛି। ଗିରଫ ହେବା ପରେ ମଧ୍ୟ ବ୍ୟକ୍ତିଙ୍କୁ ଜାମିନ ମିଳିଛି। ଦ ସନ ରିପୋର୍ଟ ମୁତାବକ, ଘଟଣା ସମୟରେ ବିମାନରେ ଅନ୍ୟ ଯାତ୍ରୀ ମଧ୍ୟ ରହିଥିଲେ। ଘଟଣା ପରେ ପୀଡିତ ମହିଳା ୟୁନାଇଟେଡ ଏୟାରଲାଇନ୍ସର ବିମାନର ଜଣେ କର୍ମଚାରୀଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ। ଏହା ପରେ କର୍ମଚାରୀ ଜଣକ ପୋଲିସକୁ ସୂଚନା ଦେଇଥିଲେ। ନୁଁ ଜର୍ସିରୁ ଲଣ୍ଡନ ଯାଉଥିବା ବିମାନକୁ ପାଖାପାଖି ୭ ଘଣ୍ଟା ସମୟ ଲାଗିଥାଏ।

ବ୍ରିଟେନର ହିଥ୍ରୋରେ ବିମାନ ଲ୍ୟାଣ୍ଡ କରିବା ପରେ ପୋଲିସ ଅଧିକାରୀ ଅଭିଯୁକ୍ତକୁ ଗିରଫ କରିଛି। ପୀଡିତାଙ୍କୁ ଦୁଷ୍କର୍ମ କାଉନସିଂଲିକୁ ନେବା ପରେ ଅଧିକାରୀମାନେ ବିମାନର ଫରେନ୍ସିକ ଯାଞ୍ଚ ମଧ୍ୟ କରିଥିଲେ। ମାମଲା ଗତ ସପ୍ତାହର ବୋଲି ଜଣାପଡିଛି। ପୀଡିତା ଏବଂ ଅଭିଯୁକ୍ତଙ୍କ ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାପଡିଥିଲା।

ପୀଡିତା ଏବଂ ଅଭିଯୁକ୍ତ ବିଜନେସ୍‌ କ୍ଲାସରେ ଅଲଗା ଅଲଗା ବସିଥିଲେ। କିନ୍ତୁ ପୂର୍ବରୁ ପରସ୍ପରକୁ ଜାଣିନଥିବା ଏହି ଦୁଇ ଜଣ ଘଟଣା ପୂର୍ବରୁ ଲାଉଞ୍ଜ ଏରିଆରେ ବସି ମଦ ପିଇବା ସହିତ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଥିଲା।

Swagatika

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

3 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

28 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

37 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago