ମହିଳାଙ୍କ ପାଇଁ ଖୁସି ଖବର! ସାନିଟାରି ନାପ୍‌କିନ ମୂଲ୍ୟ ଏତିକି ଟଙ୍କା ହ୍ରାସ କରିଦେଲେ ସରକାର

ମହିଳାଙ୍କ ପାଇଁ ଖୁସି ଖବର! ଜନ ଔଷଧି କେନ୍ଦ୍ରରେ ବିକ୍ରି ହେଉଥିବା ସାନିଟାରି ନାପକିନ୍‌ର ମୂଲ୍ୟ ହ୍ରାସ କରିଛନ୍ତି ସରକାର। ଏଣିକି ପ୍ରତି ପ୍ୟାଡ୍‌ ୧ ଟଙ୍କା ମୂଲ୍ୟରେ ବିକ୍ରି ହେବ। ବର୍ତ୍ତମାନ ଏହାର ମୂଲ୍ୟ ଅଢ଼େଇ ଟଙ୍କା ରହିଛି। ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ରସାୟନ ଏବଂ ଉର୍ବରକ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟା କହିଛନ୍ତି, ବାୟୋଡିଗ୍ରେଡେବଲ୍‌ ସାନିଟାରି ନାପକିନ୍‌ ‘ସୁବିଧା’ ୨୭ ଅଗଷ୍ଟରୁ ଜନ ଔଷଧି କେନ୍ଦ୍ରରେ ସବ୍‌ସିଡି ଦରରେ ଉପଲବ୍ଧ ହେବ। ପ୍ୟାଡ୍‌ର ପ୍ୟାକେଟ ମୂଲ୍ୟ ଏବେ ୧୦ ଟଙ୍କା ରହିଛି। ମଙ୍ଗଳବାରଠାରୁ ଏହା ୪ ଟଙ୍କା ହୋଇଯିବ। ‘ସୁବିଧା’ ନାମକ ଏହି ନାପକିନ୍‌ ଦେଶର ୫,୫୦୦ ଜନ ଔଷଧି କେନ୍ଦ୍ରରେ ଉପଲବ୍ଧ କରାଯିବ। ଗତ ୧ ବର୍ଷ ଭିତରେ ଜନ ଔଷଧି କେନ୍ଦ୍ରରୁ ପାଖାପାଖି ୨.୨ କୋଟି ସାନିଟାରି ନାପ୍‌କିନ ବିକ୍ରି ହୋଇଥିବା ମନ୍ତ୍ରୀ ମାଣ୍ଡବିୟା କହିଥିଲେ।

Roshni

Recent Posts

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

30 mins ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

58 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

1 hour ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

2 hours ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

2 hours ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

2 hours ago