ମହିଳାଙ୍କ ପାଇଁ ଖୁସି ଖବର! ସାନିଟାରି ନାପ୍କିନ ମୂଲ୍ୟ ଏତିକି ଟଙ୍କା ହ୍ରାସ କରିଦେଲେ ସରକାର

ମହିଳାଙ୍କ ପାଇଁ ଖୁସି ଖବର! ଜନ ଔଷଧି କେନ୍ଦ୍ରରେ ବିକ୍ରି ହେଉଥିବା ସାନିଟାରି ନାପକିନ୍ର ମୂଲ୍ୟ ହ୍ରାସ କରିଛନ୍ତି ସରକାର। ଏଣିକି ପ୍ରତି ପ୍ୟାଡ୍ ୧ ଟଙ୍କା ମୂଲ୍ୟରେ ବିକ୍ରି ହେବ। ବର୍ତ୍ତମାନ ଏହାର ମୂଲ୍ୟ ଅଢ଼େଇ ଟଙ୍କା ରହିଛି। ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ରସାୟନ ଏବଂ ଉର୍ବରକ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟା କହିଛନ୍ତି, ବାୟୋଡିଗ୍ରେଡେବଲ୍ ସାନିଟାରି ନାପକିନ୍ ‘ସୁବିଧା’ ୨୭ ଅଗଷ୍ଟରୁ ଜନ ଔଷଧି କେନ୍ଦ୍ରରେ ସବ୍ସିଡି ଦରରେ ଉପଲବ୍ଧ ହେବ। ପ୍ୟାଡ୍ର ପ୍ୟାକେଟ ମୂଲ୍ୟ ଏବେ ୧୦ ଟଙ୍କା ରହିଛି। ମଙ୍ଗଳବାରଠାରୁ ଏହା ୪ ଟଙ୍କା ହୋଇଯିବ। ‘ସୁବିଧା’ ନାମକ ଏହି ନାପକିନ୍ ଦେଶର ୫,୫୦୦ ଜନ ଔଷଧି କେନ୍ଦ୍ରରେ ଉପଲବ୍ଧ କରାଯିବ। ଗତ ୧ ବର୍ଷ ଭିତରେ ଜନ ଔଷଧି କେନ୍ଦ୍ରରୁ ପାଖାପାଖି ୨.୨ କୋଟି ସାନିଟାରି ନାପ୍କିନ ବିକ୍ରି ହୋଇଥିବା ମନ୍ତ୍ରୀ ମାଣ୍ଡବିୟା କହିଥିଲେ।