Below header

ହ୍ଵାଟ୍ସଆପ ପୂର୍ବରୁ ଗୁଗଲ ପେ ଆଣିଲା ଏହି ଫିଚର ଜାଣନ୍ତୁ କଣ ?

ଗୁଗଲ ପେ, ଯାହାକି ଭାରତରେ ପ୍ରଥମରୁ ତେଜ ନାମରେ ଜଣା ଯାଉଥିଲା, ବର୍ତ୍ତମାନ ଏହି ପେମେଂଟ ଆପର ଏକ ନୂଆ ଫିଚର ଆସିବାକୁ ଯାଉଛି । ଗତ କିଛିଦିନ ହେବ ହ୍ଵାଟ୍ସଆପର ଡାର୍କ ମୋଡ଼ ଫିଚର ଚର୍ଚ୍ଚାରେ ରହିଛି ଏହା ସମ୍ଭବତଃ ହ୍ଵାଟ୍ସଆପର ମଚ ୱେଟେଡ଼ ଫିଚର ଅଟେ । କିନ୍ତୁ ହ୍ଵାଟ୍ସଆପ ପୂର୍ବରୁ ଗୁଗଲ ପେରେ ଡାର୍କ ମୋଡ଼ ଫିଚର ଆସିବାକୁ ଯାଉଛି ।

Image result for /google-pay-to-get-dark-mode-before-android-10-public-rollout-

ସୂଚନା ଅନୁଯାୟୀ ଗୁଗଲ ନିକଟରେ ତାର ପରବର୍ତ୍ତୀ ଆଣ୍ଡ୍ରଏଡ଼ ଭର୍ସନକୁ କେବଳ ଆଣ୍ଡ୍ରଏଡ଼ 10 କୁହାଯିବ ବୋଲି ଘୋଷଣା କରିଛି । କିନ୍ତୁ ଏହି ଭର୍ସନ ଆସିବା ପୂର୍ବରୁ ଗୁଗଲ ପେ ଆପରେ ୟୁଜର୍ସ ମାନଙ୍କ ପାଇଁ ଡାର୍କ ମୋଡ଼ ସୁବିଧା ଉପଲବ୍ଧ ରହିବ । ବର୍ତ୍ତମାନ ଭାରତରେ ଗୁଗଲ ପେ ଏକ ପପୁଲାର ଆପ ଏବଂ ସାଧାରଣତଃ ଲୋକମାନେ ଏହାକୁ ଟଙ୍କା ଟ୍ରାନସଫର ପାଇଁ ବ୍ୟବହାର କରିଥାନ୍ତି ।

 

Image result for /google-pay-to-get-dark-mode-before-android-10-public-rollout-

Android Policeର ଏକ ରିପୋର୍ଟ ଅନୁଯାୟୀ ଗୁଗଲ ପେ ଭର୍ସନ 2.96.264233179ରେ ଡାର୍କ ମୋଡ଼ ଅପ୍ସନ ଦିଆଯାଇଛି । କୁହାଯାଉଛି କି ଲାଟେଷ୍ଟ ଭର୍ସନକୁ ଅପଡେଟ କରିବା ପରେ ଏହି ଫିଚର ଆପଣଙ୍କ ଗୁଗଲ ପେ ରେ ଉପଲବ୍ଧ ହେବ । ଏହାର ସ୍ୱତନ୍ତ୍ରତା ହେଉଛି ଫୋନ ବ୍ୟାଟେରୀ ଲୋ ହେଲା ମାତ୍ରେ ଗୁଗଲ ପେ ଆପେ ଡାର୍କ ମୋଡ଼ ଅପ୍ସନ ଅନ କରିଦେବ, ଯାହାଦ୍ୱାରା ଆପଣଙ୍କର ବ୍ୟାଟେରୀ ସେଭ ହୋଇପାରିବ ।

Image result for /google-pay-to-get-dark-mode-before-android-10-public-rollout-

ଡାର୍କ ମୋଡ଼ କିଛି ସମୟ ପାଇଁ ବହୁତ ପପୁଲାର ହୋଇଛି । ଟ୍ୱିଟର, ଫେସବୁକ ମେସେଞ୍ଜର ଭଳି ଆପରେ ପ୍ରଥମରୁ ଡାର୍କ ମୋଡ଼ ଉପଲବ୍ଧ ରହିଛି । ବର୍ତ୍ତମାନ ଲୋକମାନଙ୍କୁ ଏହି ମୋଡ଼ ଏଥିପାଇଁ ପସନ୍ଦ ଆସିଛି କାରଣ ରାତିରେ ଏହି ମୋଡ଼ ଅନ କରି ଫୋନ ବ୍ୟବହାର କରିବା ଦ୍ୱାରା ଏହାର କୁପ୍ରଭାବ ଆଖି ଉପରେ ପଡେ ନାହିଁ । ଏହାସହିତ ବ୍ୟାଟେରୀ ମଧ୍ୟ ସେଭ କରିଥାଏ । ଯଦି ଆପଣଙ୍କ ଫୋନ OLED ସ୍କ୍ରିନ ଅଟେ ତାହେଲେ ଆପଣଙ୍କୁ ଏହାର ଆହୁରି ଅନେକ ଫାଇଦା ମିଳିବ ।

ଏହାସହ ପଢନ୍ତୁ ଅତିଶୀଘ୍ର ଆପଣଙ୍କ ଫୋନରେ ମଧ୍ୟ ଆସିବାକୁ ଯାଉଛି ହ୍ଵାଟ୍ସଆପର ଏହି ନୂଆ ଫିଚର୍ସ, ଜାଣନ୍ତୁ କଣ ..

ଗୁଗଲ ପେରେ ଦିଆଯାଇଥିବା ଡାର୍କ ମୋଡ଼ ସମ୍ପୂର୍ଣ ଭାବେ କଳା ହୋଇ ରହିବ ନାହିଁ । ଏହା ଡିପ ଗ୍ରେ ଥିମରେ ରହିବ କିନ୍ତୁ ତଥାପି ଏହା ଡାର୍କ ମୋଡ଼ ଅଟେ ଏବଂ ଆପଣଙ୍କୁ ଏହାର ରଙ୍ଗକୁ ନେଇ କୌଣସି ଅସୁବିଧା ରହିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.