ଦିଲ୍ଲୀ: ମାଓ ମୁକାବିଲା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ରଖିଲେ ୩ଟି ଦାବି

ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ତିନିଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବରଙ୍ଗପୁର-ମାଲକାନଗିରିକୁ ରେଳ ଯୋଗଯୋଗ ଦାବି ରଖିଛି ଓଡ଼ିଶା। ରାଜ୍ୟ ସରକାର ଏଥିପାଇଁ ଜମି ଯୋଗାଇ ଦେବେ। ନିର୍ମାଣର ଅଧା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏହା ସହ ନକ୍ସଲ ପ୍ରଭାବିତ ବ୍ଲକରେ ବ୍ୟାଙ୍କ ସେବା ଓ ପ୍ରଭାବିତ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନକ୍ସଲ ଅଧ୍ୟୁଷିତ ରାଜ୍ୟ ମୁଖ୍ୟଙ୍କ ବୈଠକ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ଓଡ଼ିଶା ସମେତ ୧୧ଟି ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.