ବିଏଡ ଏବଂ ଡିଏଡ ଭଳି କୋର୍ସ ପରେ ଆଉ ବେକାର ହୋଇ ବୁଲିବେନି ଛାତ୍ରଛାତ୍ରୀ, ଏଣିକି ସରକାର ଦେବେ ଚାକିରି

ବିଏଡ, ଡିଏଡ, ଡିଏଲଏଡ ଏବଂ ବିଟିସି ଭଳି କୋର୍ସ କରିଥିବା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଚାକିରି ଖଣ୍ଡିଏ ମିଳୁନାହିଁ । କିନ୍ତୁ ଦେଶରେ ପାଖାପାଖି ୧୦ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲି ପଡିଛି । ଯାହାଦ୍ୱାରା ଦିନକୁ ଦିନ ବଢିଚାଲିଛି ବେରୋଜଗାରୀ ସମସ୍ଯା। ତେବେ ଏହି ସମସ୍ୟାର ସମାଧାନ ଲାଗି ନୂଆ ଶିକ୍ଷା ନୀତିରେ ଏବେ ଉନ୍ନତ ବ୍ୟବସ୍ଥା ପ୍ରଣୟନ କରାଯାଉଛି । ନୂଆ ଶିକ୍ଷା ନୀତିରେ ବିଏଡ କରୁଥିବା ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ନିଯୁକ୍ତି ଦେବାକୁ ଏବଂ ପ୍ରବେଶିକା ପରେ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ମେରିଟ୍ ଆଧାରରେ ସ୍କୋଲାର୍ସିପ ଦେବାକୁ ସୁପାରିସ୍ କରାଯାଇଛି । ତେବେ ଏହି ଶିକ୍ଷା ନୀତି ଉପରେ ସାରା ଦେଶରେ ପରାମର୍ଶ ଲୋଡା ଯାଇଛି ।

ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟ ପକ୍ଷରୁ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଡ୍ରାଫ୍ଟ:

ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଯାହା ଗତ ମାସ ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଶିକ୍ଷା ବ୍ୟବସ୍ଥାକୁ ଆହୁରୀ ଉନ୍ନତମାନର କରିବା ପାଇଁ ବିଭିନ୍ନ ସୁପାରିସ୍ କରାଯାଇଛି । ବିଏଡ ଭଳି ଶିକ୍ଷକତା କୋର୍ସରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଏହି ଡ୍ରାଫ୍ଟରେ ସୁପାରିସ୍ କରାଯାଇଛି । ଯଦି ପାଠପଢା ସମୟରେ ହିଁ ଭଲ ସୁବିଧା , ସ୍କୋଲାର୍ସିପ ଏବଂ ପାଠପଢା ଶେଷ ହେବା ପରେ ବାଧ୍ୟତାମୂଳକ ଭାବେ ଚାକିରି ଦେବାର ବ୍ୟବସ୍ଥା କରାଯାଏ ତେବେ ଏହି ପେଶାରେ ବି ଭଲ ପ୍ରତିଭାଶାଳୀ ପିଲାଙ୍କର ମନ ନିବେଶ ହୋଇପାରିବ ବୋଲି ଡ୍ରାଫ୍ଟରେ କୁହାଯାଇଛି ।

ବର୍ତ୍ତମାନ ଶିକ୍ଷକମାନେ ନିଜର ଅଧିକାଂଶ ସମୟ ମିଡ-ଡେ-ମିଲ, ନିର୍ବାଚନୀ ଡ୍ୟୁଟି ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଅତିବାହିତ କରୁଛନ୍ତି । ଶିକ୍ଷାରେ ସୁଧାର ଆଣିବା ପାଇଁ ଶିକ୍ଷକଙ୍କୁ ଏହି ସବୁ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଏହି ଡ୍ରାଫ୍ଟରେ ସୁପାରିସ୍ କରାଯାଇଛି । ଏଥି ସହିତ ହିଁ ଟେକନିକ୍ ସହ ଜଡିତ ବିଶେଷ ତାଲିମ ଦେବା, ଶିକ୍ଷକଙ୍କର ଆବଶ୍ୟକତା ସଂପର୍କରେ ଜାଣିବା ପାଇଁ ପ୍ରତି ୫ ବର୍ଷରେ ଅଧ୍ୟୟନର ମଧ୍ଯ ସୁପାରିସ କରାଯାଇଛି ।

ଡ୍ରାଫ୍ଟରେ ଆହୁରୀ ମଧ୍ୟ କୁହାଯାଇଛି କି, ଦେଶରେ ଶିକ୍ଷକ ତିଆରି କରିବା କରିଥିବା ପାଖାପାଖି ୧୭ ହଜାର ସଂସ୍ଥା ରହିଛି । ଯେଉଁଥିରେ ପାଖାପାଖି ୯୨ ପ୍ରତିଶତ ସଂସ୍ଥା ରହିଛି ଘରୋଇ । ଯେଉଁଥିିରେ କି ଭଲ ଶିକ୍ଷକ ଗଢିବାର ସବୁ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ନାହିଁ । ଡ୍ରାଫ୍ଟରେ ଏହି ସଂସ୍ଥାମାନଙ୍କ ଢାଂଚାକୁ ମଜବୁତ୍ କରିବାର ସୁପାରିସ୍ କରାଯାଇଛି । ଏଥି ସହିତ ହିଁ ବିଏଡର ଚାରି ବର୍ଷିଆ କୋର୍ସରେ କିଛି ପରିବର୍ତ୍ତନ ଆଣିବାକୁ କୁହାଯାଇଛି ।

Sonalisa

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

12 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

13 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

57 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago