Below header

ବିଏଡ ଏବଂ ଡିଏଡ ଭଳି କୋର୍ସ ପରେ ଆଉ ବେକାର ହୋଇ ବୁଲିବେନି ଛାତ୍ରଛାତ୍ରୀ, ଏଣିକି ସରକାର ଦେବେ ଚାକିରି

ବିଏଡ, ଡିଏଡ, ଡିଏଲଏଡ ଏବଂ ବିଟିସି ଭଳି କୋର୍ସ କରିଥିବା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଚାକିରି ଖଣ୍ଡିଏ ମିଳୁନାହିଁ । କିନ୍ତୁ ଦେଶରେ ପାଖାପାଖି ୧୦ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲି ପଡିଛି । ଯାହାଦ୍ୱାରା ଦିନକୁ ଦିନ ବଢିଚାଲିଛି ବେରୋଜଗାରୀ ସମସ୍ଯା। ତେବେ ଏହି ସମସ୍ୟାର ସମାଧାନ ଲାଗି ନୂଆ ଶିକ୍ଷା ନୀତିରେ ଏବେ ଉନ୍ନତ ବ୍ୟବସ୍ଥା ପ୍ରଣୟନ କରାଯାଉଛି । ନୂଆ ଶିକ୍ଷା ନୀତିରେ ବିଏଡ କରୁଥିବା ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ନିଯୁକ୍ତି ଦେବାକୁ ଏବଂ ପ୍ରବେଶିକା ପରେ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ମେରିଟ୍ ଆଧାରରେ ସ୍କୋଲାର୍ସିପ ଦେବାକୁ ସୁପାରିସ୍ କରାଯାଇଛି । ତେବେ ଏହି ଶିକ୍ଷା ନୀତି ଉପରେ ସାରା ଦେଶରେ ପରାମର୍ଶ ଲୋଡା ଯାଇଛି ।

ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟ ପକ୍ଷରୁ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଡ୍ରାଫ୍ଟ:

professionalନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଯାହା ଗତ ମାସ ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଶିକ୍ଷା ବ୍ୟବସ୍ଥାକୁ ଆହୁରୀ ଉନ୍ନତମାନର କରିବା ପାଇଁ ବିଭିନ୍ନ ସୁପାରିସ୍ କରାଯାଇଛି । ବିଏଡ ଭଳି ଶିକ୍ଷକତା କୋର୍ସରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଏହି ଡ୍ରାଫ୍ଟରେ ସୁପାରିସ୍ କରାଯାଇଛି । ଯଦି ପାଠପଢା ସମୟରେ ହିଁ ଭଲ ସୁବିଧା , ସ୍କୋଲାର୍ସିପ ଏବଂ ପାଠପଢା ଶେଷ ହେବା ପରେ ବାଧ୍ୟତାମୂଳକ ଭାବେ ଚାକିରି ଦେବାର ବ୍ୟବସ୍ଥା କରାଯାଏ ତେବେ ଏହି ପେଶାରେ ବି ଭଲ ପ୍ରତିଭାଶାଳୀ ପିଲାଙ୍କର ମନ ନିବେଶ ହୋଇପାରିବ ବୋଲି ଡ୍ରାଫ୍ଟରେ କୁହାଯାଇଛି ।

ବର୍ତ୍ତମାନ ଶିକ୍ଷକମାନେ ନିଜର ଅଧିକାଂଶ ସମୟ ମିଡ-ଡେ-ମିଲ, ନିର୍ବାଚନୀ ଡ୍ୟୁଟି ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଅତିବାହିତ କରୁଛନ୍ତି । ଶିକ୍ଷାରେ ସୁଧାର ଆଣିବା ପାଇଁ ଶିକ୍ଷକଙ୍କୁ ଏହି ସବୁ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଏହି ଡ୍ରାଫ୍ଟରେ ସୁପାରିସ୍ କରାଯାଇଛି । ଏଥି ସହିତ ହିଁ ଟେକନିକ୍ ସହ ଜଡିତ ବିଶେଷ ତାଲିମ ଦେବା, ଶିକ୍ଷକଙ୍କର ଆବଶ୍ୟକତା ସଂପର୍କରେ ଜାଣିବା ପାଇଁ ପ୍ରତି ୫ ବର୍ଷରେ ଅଧ୍ୟୟନର ମଧ୍ଯ ସୁପାରିସ କରାଯାଇଛି ।

studentଡ୍ରାଫ୍ଟରେ ଆହୁରୀ ମଧ୍ୟ କୁହାଯାଇଛି କି, ଦେଶରେ ଶିକ୍ଷକ ତିଆରି କରିବା କରିଥିବା ପାଖାପାଖି ୧୭ ହଜାର ସଂସ୍ଥା ରହିଛି । ଯେଉଁଥିରେ ପାଖାପାଖି ୯୨ ପ୍ରତିଶତ ସଂସ୍ଥା ରହିଛି ଘରୋଇ । ଯେଉଁଥିିରେ କି ଭଲ ଶିକ୍ଷକ ଗଢିବାର ସବୁ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ନାହିଁ । ଡ୍ରାଫ୍ଟରେ ଏହି ସଂସ୍ଥାମାନଙ୍କ ଢାଂଚାକୁ ମଜବୁତ୍ କରିବାର ସୁପାରିସ୍ କରାଯାଇଛି । ଏଥି ସହିତ ହିଁ ବିଏଡର ଚାରି ବର୍ଷିଆ କୋର୍ସରେ କିଛି ପରିବର୍ତ୍ତନ ଆଣିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.