ସୁରକ୍ଷା ଲୋଡ଼ିଲେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀ

କେନ୍ୟୁଜ୍: ସୁରକ୍ଷା ଲୋଡ଼ିଲେ ଆଇଏଏସ ବଟକୃଷ୍ଣ ଦେହୁରୀ । ଗତକାଲି ସଂଧ୍ୟାରେ ବଟକୃଷ୍ଣ ଅଫିସରୁ ଫେରି କ୍ୱାଟର୍ସକୁ ଯାଉଥିବା ବେଳେ ତାଙ୍କ ଉପରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ତେବ ସେ ପାଟି କରିବାରୁ ଦୁର୍ବୃତ୍ତମାନେ ସେଠାରୁ ଚାଲିଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୁରକ୍ଷା ଲୋଡ଼ିଛନ୍ତି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀ । ଏହାସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.