Below header

ଦୁଇ ପତ୍ନୀଙ୍କୁ ହତ୍ୟା କରି ପୁଅ ସହ ଫେରାର୍ ବାପା

ଦୁଇ ପତ୍ନୀଙ୍କୁ ହତ୍ୟା କରି ପୁଅ ସହ ଫେରାର୍ ବାପା । ଘଟଣାଟି ଘଟିଛି ଦିଲ୍ଲୀର ସୌରଭ ବିହାରରେ । ଓଢଣୀରେ ତଣ୍ଟି ଚିପି ନିଜର ଦୁଇ ପତ୍ନୀଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଜମଶେଦ୍ ଆଲମ ।

ସୂଚନାଅନୁସାରେ, କିଛି ମାସ ତଳୁ ଜମଶେଦ୍ ନିଜର ୧୦ ବର୍ଷର ପୁଅ ଏବଂ ଦୁଇ ପତ୍ନୀଙ୍କ ସହ ସୌରଭ ବିହାରରେ ରହୁଥିଲା । ପଡୋଶୀଙ୍କ କହିବା ଅନୁଯାୟୀ ସେମାନେ ଶେଷ ଥର ପାଇଁ ଜମଶେଦକୁ ବୁଧବାର ଦିନ ଦେଖିଥିଲେ । ଏହା ପରେ ଗୁରୁବାର ଦିନ ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଆଉ ଘର ଭାଙ୍ଗିବାରୁ ଦୁଇ ମହିଳାଙ୍କ ମୃତ ଦେହ ମିଳିଥିଲା । ତେବେ ଜମଶେଦ୍ ଫେରାର୍ ଥିବାରୁ ଏହି ହତ୍ୟା ସେ କରିଥିବାର ଅନୁମାନ କରୁଛି ପୋଲସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.