ରୋଷେଇ ଘରେ ବିତାଉଛନ୍ତି କି ଅଧିକା ସମୟ, ତେବେ ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ମହିଳାମାନେ ପ୍ରତ୍ୟେକ ଦିନ ଘରେ ରୋଷେଇ କରିଥାନ୍ତି। ଏଥପାଇଁ ମଧ୍ୟ ସେମାନଙ୍କୁ ଅଧିକା ସମୟ ରୋଷେଇ ଘରେ ବିତେଇବାକୁ ପଡ଼ିଥାଏ। କିନ୍ତୁ ବେଶୀ ସମୟ ରୋଷେଇ ଘରେ ରହିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣ ମଧ୍ୟ ରୋଷେଇ ଘରେ ଅଧିକା ସମୟ ଦେଉଥାନ୍ତି ତେବେ ସମୟ ଅଛି ଆଜିଠାରୁ ସାବଧାନ ହୋଇଯାଆନ୍ତୁ।ଦୁଇ ଶହ ରୋଷେଇକୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରୁ ଏହି କଥା ସାମ୍ନାକୁ ଆସିଛି ପ୍ରଫେସନାଲ ରୋଷେୟା ହୁଅନ୍ତୁ କିମ୍ବା ଘରୋଇ ମହିଳା ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ରୋଷେଇ ଘରେ ବିତାଇଥାନ୍ତି ତେବେ ସ୍ବାସ୍ଥ୍ୟ ଉପରେ ବିପରରୀତ ପ୍ରଭାବ ପଡ଼ିଥାଏ। କାରଣ ରିସର୍ଚ୍ଚ ଅନୁଯାୟୀ ରୋଷେଇ ଘରେ ଲଗାତାର ଗ୍ୟାସ ଜଳୁଥିବାରୁ ସେଠାରେ ତାପମାତ୍ରା ୩୦ ଡିଗ୍ରୀ ପରେ ପହଞ୍ଚି ଯାଇଥାଏ। ସେହିପରି ରୋଷେଇ ଘର ଯେତେ ସଫା କଲେ ମଧ୍ୟ କିଛି କିଟାଣୁ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାନ୍ତି।

kitchenରିସର୍ଚ୍ଚରୁ ଏହା ମଧ୍ୟ ଜାଣିବାକୁ ମିଳିଛି ରୋଷେଇର ପିଏଚ୍ ସ୍ତର ୩.୧ ରୁ ୧୭.୭୧ ପର‌୍ୟ୍ୟନ୍ତ ହୋଇଥାଏ। ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହି ପିଏଚ୍ ରେ ନେପ୍ଥାଲୀନ, ଫ୍ଲୋରିନ, ଏସନାଫିଥୀନ, ଫେନାଥିରୀନ, ପାୟରୀନ ଭଳି ତତ୍ତ୍ବ ରହିଥାଏ। ସେହିପରି ରୋଷେଇ ଘର ଯେତେ ପରିସ୍କାର କଲେ ମଧ୍ୟ କୀଟାଣୁ ରହିଥାଏ। କାରଣ ରୋଷେଇ କରାଯାଉଥିବା ସ୍ଥାନକୁ କେବଳ କପଡ଼ା ପୋଛିଲେ ସେଠାରୁ କୀଟାଣୁ ଯାଇନଥାନ୍ତି। ଏହି କାରଣରୁ ରୋଷେଇ ଘର ସଫା ରଖିବାରେ ବିଶେଷ ଧ୍ୟାନ ଦେବା ସହ ବ୍ୟବହାର କରୁଥିବା ଡବାକୁ ସଫା ରଖନ୍ତୁ। ଏହା ବ୍ୟତୀତ ରୋଷେଇ ଘରେ ଅଧିକାଂଶ ସମୟ ନରହି ମଝିରେ ମଝିରେ ବାହାରୁ ବୁଲି ଆସନ୍ତୁ। ଏହା ଦ୍ବାରା ଶରୀରର ତାପମାତ୍ରା ଠିକ୍ ରହିଥାଏ ଏବଂ ଆପଣ ରୋଗ ଠାରୁ ଦୂରରେ ରହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.