ଆଶ୍ଚର୍ଯ୍ୟ ! ଅନ୍ୟକୁ ନ୍ୟାୟ ଦେଉଥିବା ନ୍ୟାୟାଧୀଶଙ୍କୁ ୯ ବର୍ଷ ପରେ ମିଳିଲା ନ୍ୟାୟ

ନ୍ୟାୟ ପାଇଁ ନ୍ୟାୟାଧୀଶଙ୍କୁ ୯ ବର୍ଷ କରିବାକୁ ପଡିଲା ଆପେକ୍ଷା । ୯ ବର୍ଷର ଲମ୍ବା ଅପେକ୍ଷା ପରେ ନ୍ୟାୟ ପାଇଲେ ଅନ୍ୟଙ୍କୁ ନ୍ୟାୟ ଦେଉଥିବା ନ୍ୟାୟାଧୀଶ । ୯ ବର୍ଷ ଯାଏ ଆଇନର ଲମ୍ବା ଲଢେଇ ପରେ ଶେଷରେ ଜିତିଲେ ବିଚାରପତି । ଘଟଣାଟି ହେଉଛି ପଂଜାବର । ଯେଉଁଠି ମେଡିକାଲ୍ ବିଲ୍ ପାଇଁ ସରକାର ବନାମ ବିଚାରପତି ପରିସ୍ଥିତି ହୋଇଥିଲା । ଏହି ମାମଲାରେ ପଂଜାବ ସରକାରଙ୍କ ଉପରେ ବର୍ଷିଥିଲେ ହାଇକୋର୍ଟ । ଆଉ ଉକ୍ତ ବିଚାରପତିଙ୍କ ବିଲ୍ ଜମା କରିବାକୁ ଦେଇଥିଲେ ଆଦେଶ । କେବଳ ସେତିକି ନୁହେଁ ବିଳମ୍ବ ହୋଇଥିବାରୁ ଉପଯୁକ୍ତ ସୁଧ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ପଂଜାବ ସରକାର ଏବଂ ଜଜଙ୍କ ମଧ୍ୟରେ ଏହି ମାମଲା ହେଉଛି ୨୦୧୦ ର । ସେ ସମୟରେ ଆଡିସନାଲ୍ ସେସନ୍ ଜଜ୍ ଡିକେ ମୋଙ୍ଗା ପଂଜାବ ସର୍ଭିସ ଅଥରିଟିର ମେମ୍ବର ସେକ୍ରେଟାରୀ ଥିଲେ । ସ୍ବାସ୍ଥ୍ୟ ଖରାପ ହେବାରୁ ଯେଉଁଠାରେ ଚିକିତ୍ସା କରାଇଥିଲେ ସେଠାରେ ବିଲ୍ ହୋଇଥିଲା ୪,୩୬,୯୬୩ ଟଙ୍କା । ଏହା ପରେ ଜଜ୍ ବିଲକୁ ପଂଜାବ ସରକାରଙ୍କୁ ଦେଇଥିଲେ ଏବଂ ନିଜର ରି ଇନଭେଷ୍ଟମେଂଟ୍ ଦାବି କରିଥିଲେ ।

କିନ୍ତୁ ପଂଜାବ ସରକାର ଏହାକୁ ଗ୍ରହଣ ନକରି ଏକ ନୋଟିଫିକେସନ୍ ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା ଜୁଡିସିଆଲ୍ ଅଫିସରଙ୍କ ଚିକିତ୍ସାରେ ସେତିକି ମେଡିକାଲ୍ ରି ଇନଭେଷ୍ଟମେଂଟ୍ ଦିଆଯିବ ଯେତିକି ସେମାନଙ୍କ ଦ୍ବାରା କୁହାଯାଇଥିବା ବେମାରର ଖର୍ଚ୍ଚ ଏମ୍ସରେ ଆସିଥାଏ । ଆଉ ପଂଜାବ ସରକାର ଏମ୍ସ ଖର୍ଚ୍ଚ ହିସାବରେ ଅନୁମାନ କରି ଉକ୍ତ ଜଜଙ୍କୁ ୩୦୮୯୨୪ ଟଙ୍କା ଦେଇଥିଲେ । ଏହା ପରେ ଜଜ୍ ସରକାରଙ୍କୁ ରିପ୍ରେଜେଣ୍ଟେସନ୍ ଦେଇଥିଲେ କିନ୍ତୁ କିଛି ଲାଭ ମିଳିନଥିଲା ।

ଯେତେବେଳେ ଜଜଙ୍କ ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା ସେତେବେଳେ ସେ ୨୦୧୨ରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଶେଷର ୯ ବର୍ଷର ଲମ୍ବା ଅପେକ୍ଷା ପରେ ପଂଜାବ ସରକାରଙ୍କ ୯ ପ୍ରତିଶତ ସୁଧ ସହ ପୁରା ବିଲ୍ ଦୁଇ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରକାର ଏହି ବିଲ୍ ନଦିଅନ୍ତି ତେବେ ୯ % ସ୍ଥାନରେ ୧୨ % ସୁଧ ସହ ସମ୍ପୂର୍ଣ୍ଣ ବିଲ୍ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.