ଦେଶ ବିଦେଶ

ଝିଅ ହେବ ତ ଏମିତି! ଅଧିକ ଯୌତୁକ ମାଗି ବରପକ୍ଷ ମାରପିଟ୍‌ କରିବାରୁ ମଣ୍ଡପରୁ ଉଠି ଥାନାରେ ପହଞ୍ଚିଲା କନ୍ୟା

ଅଧିକ ଯୌତୁକ ମାଗି କନ୍ୟାପକ୍ଷ ଲୋକଙ୍କୁ ମାରପିଟ୍‌ କରୁଥିବା ବର ଘର ବିରୋଧରେ ଥାନାରେ ଅଭିଯୋଗ କଲା ନିଜେ କନ୍ୟା। ଏମିତି ଘଟଣା ଦେଖବାକୁ ମିଳିଛି ବିହାରର ରାଜଧାନୀ ପାଟନାରେ। ଏଠାରେ ଏକ ବିବାହ ମଧ୍ୟରେ ଘମାସାନ ଲଢ଼େଇ ହୋଇଛି। ବର ଘର ଲୋକ ଯୌତୁକ ଦାବି କରି ଝିଅ ଘର ଲୋକଙ୍କ ସହ ମାରପିଟ୍‌ କରିଥିବା ନେଇ ଅଭିଯୋଗ ହୋଇଛି। ଏହା ପରେ କନ୍ୟା ବେଦୀରୁ ଉଠି ସିଧାସଳଖ ଥାନାରେ ପହଞ୍ଚିଛି। ଘଣ୍ଟା ଘଣ୍ଟା ଧରି ଥାନାରେ ବସି କନ୍ୟା ବରର ପରିବାରର ସଦସ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏଥିସହ ଶାଶୁ ଘର ଯିବାକୁ ବି ସିଧାସଳଖ ମନା କରିଦେଇଛି କନ୍ୟା।

କୁହାଯାଉଛି ଯେ ବିବାହ ଉତ୍ସବ ମଧ୍ୟରେ ବର ଓ କନ୍ୟାପକ୍ଷ ମଧ୍ୟରେ ମାରପିଟ୍‌ ହୋଇଥିଲା। ବର ଯାତ୍ରୀ କନ୍ୟା ପକ୍ଷ ଲୋକଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣାରେ କନ୍ୟା ପକ୍ଷର ୮ ଜଣ ଗୁରୁତର ହୋଇଛନ୍ତି। ରିପୋର୍ଟ ମୁତାବକ, ନାଳନ୍ଦା ଜିଲ୍ଲାର ମୋହନ ପ୍ରସାଦଙ୍କ ଝିଅର ବିବାହ ଦାନାପୁରର ମେବାଲାଲ ସାବଙ୍କ ପୁଅ ଗୋପାଳ କୁମାରଙ୍କ ସହ ସ୍ଥିର ହୋଇଥିଲା। ଦାମାପୁରର ମଣ୍ଡପରେ ଏହି ବିବାହ ହେଉଥିଲା। ସବୁ କିଛି ଠିକ୍‌ ଠାକ୍‌ ଚାଲିଥିବା ବେଳେ ବରପକ୍ଷ ଲୋକ ଅଧିକ ଯୌତୁକ ଦାବି କରିଥିଲେ। ଫଳରେ ବିବାଦ ଉପୁଜିଥିଲା। ପ୍ରଥମେ ପାଟିତୁଣ୍ଡ ଆଉ ତା’ପରେ ହାତାହାତି ହୋଇଥିଲା।

ପରେ ଉଭୟ ପକ୍ଷ ଥାନାରେ ପହଞ୍ଚିଥିଲେ। ଥାନାରେ କନ୍ୟାର ବାପା ଅଭିଯୋଗ କରିଥିଲେ ଯେ ପୂର୍ବରୁ ବରଘର ତରଫରୁ ୧୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ସେ ୧୦ ଲକ୍ଷ ଟଙ୍କା ଆକାରରେ ଓ ୫ ଲକ୍ଷର ଗହଣା ଦେଇଥିଲେ। ତଥାପି ବରଘର ଲୋକେ ସନ୍ତୁଷ୍ଟ ନାହାନ୍ତି। ତେବେ ଏନେଇ କନ୍ୟା କହିଛି, ଯେଉଁମାନେ ବିବାହ ପୂର୍ବରୁ ଏଭଳି ବ୍ୟବହାର କରୁଛନ୍ତି ସେମାନେ ବିବାହ ପରେ କେମିତି ବ୍ୟବହାର କରିବେ। ଏଣୁ ସେ ଏହି ବିବାହ କରିବେ ନାହିଁ କି ଶାଶୁଘରକୁ ଯିବେ ନାହିଁ। ତେବେ ପୋଲିସ ଘଟଣାର ତଦନ୍ତ କରୁଛି ଓ ଦୋଷୀକୁ ଉଚିତ ଦଣ୍ଡ ଦିଆଯିବ ବୋଲି ଥାନାଧିକାରୀ କହିଛନ୍ତି।

WCW 11

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

54 seconds ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

26 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago