ଦେଶ ବିଦେଶ

ଏହି ସବୁ ସାମଗ୍ରୀ ଉପରେ ଖୋଲାରେ ନାହିଁ ଜିଏସ୍‌ଟି

(କେନ୍ୟୁଜ): ଦହି, ଲସି, ବେସନ, ଚାଉଳ, ଡାଲି, ଅଟା, ସୁଜି, ଗହମ, ଚୁଡ଼ା, ମୁଢ଼ି ଏପରି ୧୪ଟି ସାମଗ୍ରୀ ଖୋଲାରେ କିଣିଲେ ଜିଏସ୍‌ଟି ଲାଗୁ ହେବ ନାହିଁ। ଏହି ସାମଗ୍ରୀ ପ୍ୟାକେଟ୍‌ରେ ବିକ୍ରୀ ହେଲେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ। ଜିଏସଟି କାଉନ୍‌ସିଲ ବୈଠକରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ। ଦହି, ଲସି , ମୁଢି ଆଦିରେ ଜିଏସ୍‌ଟିକୁ ନେଇ ସୃଷ୍ଟି ବିବାଦ ପରେ ଏହା ସ୍ପଷ୍ଟ କରିଛନ୍ତି ନିର୍ମଳା ସୀତାରଣ।

ଗତ ଜୁନ ୨୮ ତାରିଖରେ ଅନୁଷ୍ଠିତ ୪୭ ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ସବୁ ରାଜ୍ୟର ପ୍ରତିନିଧି ସାମିଲ ଥିଲେ। ଅଣ ବିଜେପି ଶାସିତ ରାଜ୍ୟ ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, କେରଳର ପ୍ରତିନିଧି ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିବା କଥା କହିଛନ୍ତି ନିର୍ମଣା ସୀତାରମଣ। ଏହି ସବୁ ଖାଦ୍ୟ ପ୍ୟାକେଟରେ ବିକ୍ରୀ ହେଲେ ଜିଏସ୍‌ଟି ଲାଗୁ ପାଇଁ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ପ୍ରସ୍ତାବ ଦେଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିସ୍ତରୀୟ ପଶ୍ଚିମବଙ୍ଗ, କେରଳ , ରାଜସ୍ଥାନ, ଉତ୍ତରପ୍ରଦେଶ, ଗୋଆ ଓ ବିହାର ସଦସ୍ୟ ରହିଥିଲେ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago