ଦେଶ ବିଦେଶ

କଲେଜମାନଙ୍କର ନୂଆ ଫଣ୍ଡା: ଇଞ୍ଜିନିୟରିଂ କଲେଜ ପାଇଁ ଛାତ୍ରଛାତ୍ରୀ ଆଣ, ପ୍ରତି ବଦଳରେ ମୋଟା ଅଙ୍କର ଟଙ୍କା ନିଅ

ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନେ କାମ ଧନ୍ଦା ମିଳୁନଥିବାରୁ ରୋଜଗାର ଖୋଜୁଛନ୍ତି। ଏଭଳି ସ୍ଥିତିରେ କଲେଜକୁ ଛାତ୍ରଛାତ୍ରୀ ଯୋଗାଇଲେ ମୋଟା ଅଙ୍କର ଟଙ୍କା ମିଳିବା ଭଳି ଚାକିରି ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। କଲେଜକୁ ଯେତେ ଛାତ୍ର ଯୋଗାଇବେ ଆପଣଙ୍କ ପକେଟ୍‌ ସେତେ ଗରମ ହେବ। କୌଣସି ବାହାର ଦେଶ ନୁହେଁ, ବରଂ ଆମ ଦେଶରେ ହିଁ ମିଳୁଛି ଏଭଳି ଅଫର।

କିଛି ଲୋକ ସେଲ୍ଫ ଫାଇନାନ୍ସଡ ଇନ୍‌ଷ୍ଟିଚ୍ୟୁଟ୍‌ରେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ହାର୍ଡସେଲ କରି ପ୍ରତିବଦଳରେ ପ୍ରତି ଛାତ୍ର ପିଛା ୧୩,୦୦୦-୨୦,୦୦୦ ଟଙ୍କା ଆକର୍ଷଣୀୟ ଇନ୍‌ସେଣ୍ଟିଭ୍‌ ନେଉଛନ୍ତି। ଉତ୍ତର ଗୁଜରାଟରେ ଏକ ପ୍ରାଇଭେଟ୍‌ ୟୁନିଭର୍ସିଟି ନିକଟରେ ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ କୋର୍ସରେ ଅଧିକରୁ ଅଧିକ ଛାତ୍ରଙ୍କ ଆଡମିଶନ୍‌ ପାଇଁ କନ୍‌ସଲଟାଣ୍ଟଙ୍କ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି।

ରିପୋର୍ଟ ମୁତାବକ, ଡିପ୍ଲୋମା ଇଞ୍ଜିନିୟରିଂ କୋର୍ସରେ ସର୍ବନିମ୍ନ ୭୦ ଷ୍ଟୁଡେଣ୍ଟଙ୍କୁ ଆଡମିଶନ୍‌ କଲେ କନ୍‌ସଲଟାଣ୍ଟଙ୍କୁ ୧୩,୦୦୦ ଟଙ୍କା ପ୍ରତି ଛାତ୍ର ପିଛା ଦିଆଯିବ। ସେହିପରି ୪୦ ଜଣ ଛାତ୍ର ପର୍ଯ୍ୟନ୍ତ ପ୍ରତି ଛାତ୍ର ପିଛା ୧୮,୦୦୦ ଟଙ୍କା ଓ ୪୦ରୁ ଅଧିକ ହେଲେ ପ୍ରତି ଛାତ୍ର ପିଛା ୨୦,୦୦୦ ଟଙ୍କା ଇନ୍‌ସେଣ୍ଟିଭ୍‌ ଦିଆଯାଉଛି। ସେହିପରି ଏମ୍‌ଏମ୍‌ସି କୋର୍ସ ପାଇଁ ପ୍ରତି ଛାତ୍ର ପିଛା ୫୦୦୦ ଟଙ୍କା ଇନ୍‌ସେଣ୍ଟିଭ୍‌ ଦିଆଯାଉଛି।

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

21 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

40 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

48 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago