ଦେଶ ବିଦେଶ

ପାକିସ୍ତାନ : ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ, ୧୦ ମୃତ

ଦିନ ଦ୍ୱିପ୍ରହରରେ ଆତତାୟୀଙ୍କ ବର୍ବରତା । ପାକିସ୍ତାନର ବେଲୁଚିସ୍ତାନର ନୌସିକ ପାଖରେ ଅଜଣା ବନ୍ଧୁକଧାରୀ ୧୦ ଜଣଙ୍କୁ ହତ୍ୟା କରିଛନ୍ତି । ଏମାନେ ବସ୍‌ରେ ଯାଉଥିବା ବେଳେ ଅଜଣା ବନ୍ଧୁକଧାରୀ ସେମାନଙ୍କୁ ବସ୍‌ରୁ ଡାକି ଆଣି ଗୁଳିକରିଛନ୍ତି । ବସରେ ଥିବା ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନେ ସମସ୍ତେ ପଞ୍ଜାବର ବୋଲି ଜଣାପଡିଛି ।

ଖବର ମୁତାବକ, ଡେପୁଟି କମିଶନର ହବିବୁଲ୍ଲାହ ମୁସାଖେଳ କହିଛନ୍ତି, ପାଖାପାଖି ୧୦-୧୨ ଜଣ ଆତତାୟୀ ସୁଲତାନ ଛକ ନିକଟରେ ଏନଏଚ-୪୦କୁ ଅବରୋଧ କରିଥିଲେ । ଏହାପରେ ବସରେ ଥିବା ୧୦ ଜଣ ଯାତ୍ରୀଙ୍କୁ ଡାକି ଆଖିବୁଜା ଗୁଳିଚାଳନା କରିଥିଲେ ।

ସୂଚନାଯୋଗ୍ୟ ଏହାପୂର୍ବରୁ ପାକିସ୍ତାନର ସିନ୍ଧ ଏବଂ ବେଲିଚୁସ୍ତାନ ପ୍ରଦେଶର ସୀମାନ୍ତ ସହର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ତୀର୍ଥଯାତ୍ରୀ ଭରପୂର ଏକ ବସ୍ ଗଭୀର ଘାଟରେ ଖସିପଡି ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଥିଲେ । ତୀର୍ଥଯାତ୍ରୀମାନେ ବେଲିଚୁସ୍ତାନର ଖୁଜଦାର ଜିଲ୍ଲାର ସୁଦୂର ମୁସଲିମ ସୁଫି ଦରଗା ଶାହା ନୁରାନୀ ଅଭିମୁଖେ ଯାଉଥିଲେ । ଏହି ଘଟଣାରେ ଗୃହମନ୍ତ୍ରୀ ମୋହସିନ୍ ନକବି ସମବେଦନା ଜଣାଇଥିଲେ ।

Swagatika

Recent Posts

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

3 mins ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

9 mins ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

9 mins ago

SGPGI ଲକ୍ଷ୍ନୌରେ ଚାକିରି ସୁଯୋଗ, ୨୫ ଜୁନ୍‌ ପୂର୍ବରୁ କରନ୍ତୁ ଆବେଦନ

ସଂଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଲକ୍ଷ୍ନୌରେ ବହୁତ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ…

27 mins ago

ଆମେରିକା: ଫୁଡ୍‌ କୋର୍ଟରେ ୩ ଜଣଙ୍କୁ ଆଖିବୁଜା ଗୁଳି, ପୋଲିସ କାର୍ଯ୍ୟାନୁଷ୍ଠାନରେ ବନ୍ଧୁକଧାରୀ ଆହତ

ଆମେରିକାର ଅଟଲାଣ୍ଟା ସହରରେ ଏକ ଫୁଡ୍‌ କୋର୍ଟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଠାରେ ମଙ୍ଗଳବାର ଅପରାହ୍ନରେ ଏକ ବନ୍ଧୁକଧାରୀ…

29 mins ago

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେପି ସରକାରର ଶପଥ ଗ୍ରହଣ ସମାରୋହ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ…

44 mins ago