ପାକିସ୍ତାନ : ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡ, ୧୦ ମୃତ
ପାକିସ୍ତାନର ବେଲୁଚିସ୍ତାନର ନୌସିକ ପାଖରେ ଅଜଣା ବନ୍ଧୁକଧାରୀ ୧୦ ଜଣଙ୍କୁ ହତ୍ୟା କରିଛନ୍ତି । ଏମାନେ ବସ୍ରେ ଯାଉଥିବା ବେଳେ ଅଜଣା ବନ୍ଧୁକଧାରୀ ସେମାନଙ୍କୁ ବସ୍ରୁ ଡାକି ଆଣି ଗୁଳିକରିଛନ୍ତି । ବସରେ ଥିବା ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନେ ସମସ୍ତେ ପଞ୍ଜାବର ବୋଲି ଜଣାପଡିଛି ।

ଦିନ ଦ୍ୱିପ୍ରହରରେ ଆତତାୟୀଙ୍କ ବର୍ବରତା । ପାକିସ୍ତାନର ବେଲୁଚିସ୍ତାନର ନୌସିକ ପାଖରେ ଅଜଣା ବନ୍ଧୁକଧାରୀ ୧୦ ଜଣଙ୍କୁ ହତ୍ୟା କରିଛନ୍ତି । ଏମାନେ ବସ୍ରେ ଯାଉଥିବା ବେଳେ ଅଜଣା ବନ୍ଧୁକଧାରୀ ସେମାନଙ୍କୁ ବସ୍ରୁ ଡାକି ଆଣି ଗୁଳିକରିଛନ୍ତି । ବସରେ ଥିବା ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନେ ସମସ୍ତେ ପଞ୍ଜାବର ବୋଲି ଜଣାପଡିଛି ।
ଖବର ମୁତାବକ, ଡେପୁଟି କମିଶନର ହବିବୁଲ୍ଲାହ ମୁସାଖେଳ କହିଛନ୍ତି, ପାଖାପାଖି ୧୦-୧୨ ଜଣ ଆତତାୟୀ ସୁଲତାନ ଛକ ନିକଟରେ ଏନଏଚ-୪୦କୁ ଅବରୋଧ କରିଥିଲେ । ଏହାପରେ ବସରେ ଥିବା ୧୦ ଜଣ ଯାତ୍ରୀଙ୍କୁ ଡାକି ଆଖିବୁଜା ଗୁଳିଚାଳନା କରିଥିଲେ ।
Pakistan: Nine people from Punjab were killed near Noshki, Balochistan in the early hours of Saturday, when gunmen forced them off a bus they were travelling in and shot them, officials said. Another attack on a separate vehicle killed one person and injured four, reports…
— ANI (@ANI) April 13, 2024
ସୂଚନାଯୋଗ୍ୟ ଏହାପୂର୍ବରୁ ପାକିସ୍ତାନର ସିନ୍ଧ ଏବଂ ବେଲିଚୁସ୍ତାନ ପ୍ରଦେଶର ସୀମାନ୍ତ ସହର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ତୀର୍ଥଯାତ୍ରୀ ଭରପୂର ଏକ ବସ୍ ଗଭୀର ଘାଟରେ ଖସିପଡି ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଥିଲେ । ତୀର୍ଥଯାତ୍ରୀମାନେ ବେଲିଚୁସ୍ତାନର ଖୁଜଦାର ଜିଲ୍ଲାର ସୁଦୂର ମୁସଲିମ ସୁଫି ଦରଗା ଶାହା ନୁରାନୀ ଅଭିମୁଖେ ଯାଉଥିଲେ । ଏହି ଘଟଣାରେ ଗୃହମନ୍ତ୍ରୀ ମୋହସିନ୍ ନକବି ସମବେଦନା ଜଣାଇଥିଲେ ।