ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ପଦକ୍ଷେପ, ମୁତୟନ ହେବେ ପ୍ରତିହାରୀ ସେବକ

ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ପ୍ରତିହାରୀ ସେବକ ମୁତୟନ ହେବେ । ସିଂହଦ୍ବାର ସମ୍ମୁଖରେ ମୁତୟନ ହେବେ । ଆସନ୍ତାକାଲି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସକାଳୁ ଦ୍ବାର ଫିଟା ସମୟରେ ଦୁଇଜଣ ଓ ସନ୍ଧ୍ୟା ଆରତି ସମୟରେ ୨ଜଣ ମୁତୟନ ହେବେ ।

ପୁରୀ (କେନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ପ୍ରତିହାରୀ ସେବକ ମୁତୟନ ହେବେ ।  ସିଂହଦ୍ବାର ସମ୍ମୁଖରେ ମୁତୟନ ହେବେ  ।  ଆସନ୍ତାକାଲି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସକାଳୁ ଦ୍ବାର ଫିଟା ସମୟରେ ଦୁଇଜଣ ଓ ସନ୍ଧ୍ୟା ଆରତି ସମୟରେ ୨ଜଣ ମୁତୟନ ହେବେ ।

ପରବର୍ତ୍ତୀ ସମୟରେ ପୂରା ଦିନ ଠାରୁ ରାତି ପର୍ଯ୍ୟନ୍ତ ପ୍ରତିହାରୀମାନେ ମୁତୟନ ହେବେ । ଫଳରେ ଅଣହିନ୍ଦୁଙ୍କୁ ଚିହ୍ନଟରେ ସମର୍ଥ ହେବେ ବୋଲି କହିଛନ୍ତି ପ୍ରତିହାରୀ ନିଯୋଗର ସମ୍ପାଦକ କହିଛନ୍ତି। ପ୍ରତିହାରୀ ନିଯୋଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତିହାରୀ ସେବକ ଏହି ସେବା କରିବେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି କ୍ରମେ ଅଧିକ ସିଂହଦ୍ଵାର ପାଳିଆ ପର୍ଯ୍ୟାୟ କ୍ରମେ ନିୟୋଜିତ ହେବେ।ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଏହି ସେବା ରହିଥିଲେ ହେଁ କୌଣସି କାରଣରୁ ବହୁ ବର୍ଷ ହେବ ଏହା ବନ୍ଦ ରହିଥିଲା ।

ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବାର ଦେଖାଦେଇଛି । ଗତ ମାର୍ଚ୍ଚ ମାସରେ ସୁରକ୍ଷାବଳୟ ଭାଙ୍ଗି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଅବାଧରେ ପ୍ରବେଶ କରିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ । ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ବାରମ୍ବାର ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.