ପୁଅର ପ୍ଲେ ସ୍କୁଲର ବାର୍ଷିକ ଖର୍ଚ୍ଚ ୪.୩୦ ଲକ୍ଷ, ପୋଷ୍ଟ ସେୟାର କରି ଦୁଃଖ ଜଣାଇଲେ ବାପା

ଦିଲ୍ଲୀର ଆକାଶ କୁମାର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ଦୁଃଖ ସେୟାର କରି କହିଛନ୍ତି, ଛୋଟ ପୁଅର ପାଠପଢାରେ ହେଉଥିବା ଖର୍ଚ୍ଚ ମୋ ଜୀବନର ସମସ୍ତ ସ୍କୁଲ ଶିକ୍ଷା ଠାରୁ ଅଧିକ । ପୁଅର ପ୍ଲେ ସ୍କୁଲର ବାର୍ଷିକ ଫି ୪.୩୦ ଲକ୍ଷ । ଆକାଶ କୁମାର ତାତ୍ସଲ୍ୟ କରି କହିଛନ୍ତି, ମୁଁ ଆଶା କରୁଛି କି, ଏତେ ପଇସା ଦେବା ପରେ ମୋ ପୁଅ ସ୍କୁଲରେ ଗେମ୍‌ ଖେଳିବ ।

ଭାରତରେ ଗତ ଏକ ଦଶନ୍ଧି ମଧ୍ୟରେ ଶିକ୍ଷାକ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ଆଉ ଏହି ପରିବର୍ତ୍ତନ ସହିତ ସ୍କୁଲମାନଙ୍କ ଫି ଦିନକୁ ଦିନ ବଢିବାରେ ଲାଗୁଛି । ଯାହା କୋଟି କୋଟି ଅଭିଭାବକଙ୍କ ଉପରେ ପ୍ରଭାବ ପକାଉଛି । ଏହାକୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ଦିଲ୍ଲୀର ଜଣେ ବ୍ୟକ୍ତି । ତାଙ୍କ ପୁଅର ପ୍ଲେ ସ୍କୁଲର ବାର୍ଷିକ ଫି ବିଷୟରେ ଟ୍ଵିଟ୍‌ କରିଛନ୍ତି । ସେ ନିଜ ପୁଅର ପ୍ଲେ ସ୍କୁଲର ବାର୍ଷିକ ଫି ୪.୩୦ ଲକ୍ଷ ଭରିଛନ୍ତି ବୋଲି କହିଛନ୍ତି ।

ଅଭିଭାବକ ସୋସିଆଲ ମିଡିଆରେ ନିଜର ଦୁଃଖ ସେୟାର କରି କହିଛନ୍ତି, ଛୋଟ ପୁଅର ପାଠପଢାରେ ହେଉଥିବା ଖର୍ଚ୍ଚ ମୋ ଜୀବନର ସମସ୍ତ ସ୍କୁଲ ଶିକ୍ଷା ଠାରୁ ଅଧିକ । ଏହାର ଅର୍ଥ ପ୍ଲେ ସ୍କୁଲରେ ପିଲାର ବାର୍ଷିକ ଖର୍ଚ୍ଚରେ ବାପା ନିଜର ସଂପୂର୍ଣ୍ଣ ଶିକ୍ଷା ପ୍ରାପ୍ତ କରିଛନ୍ତି ।

ଆକାଶ କୁମାର ନାମକ ବ୍ୟକ୍ତି Xରେ ଫଟୋ ସହିତ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସ୍କୁଲର ରେଜିଷ୍ଟ୍ରେସନ ଚାର୍ଜ ଏବଂ ବାର୍ଷିକ ଫି, ଅନ୍ୟ ଫି ରହିଛି । ଏହି ଲିଷ୍ଟ ଅନୁଯାୟୀ, ସ୍କୁଲର ରେଜିଷ୍ଟ୍ରେସନ ଚାର୍ଜ ୧୦,୦୦୦ରୁ ୨୫,୦୦୦ ହଜାର ବାର୍ଷିକ ଫି, ପ୍ରତି ୪ ମାସକୁ ୯୮,୭୫୦ ଫି ରହିଛି । ଯାହା ସର୍ବମୋଟ ୪.୩ ଲକ୍ଷ ଟଙ୍କା । ଆକାଶ କୁମାର ତାତ୍ସଲ୍ୟ କରି କହିଛନ୍ତି, ମୁଁ ଆଶା କରୁଛି କି, ଏତେ ପଇସା ଦେବା ପରେ ମୋ ପୁଅ ସ୍କୁଲରେ ଗେମ୍‌ ଖେଳିବ । ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଆଉ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

ଭାଇରଲ ହେଉଥିବା ଏହି ପୋଷ୍ଟରେ ୟୁଜର୍ସ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏହା ମୋର ବାର୍ଷିକ ଦରମା ଠାରୁ ଅଧିକ । ଆଉ ଜଣେ ୟୁଜର ଲେଖିଛନ୍ତି, ସାଧାରଣ ଲୋକଙ୍କ ପିଲା ଏଠାରେ ପଢିବା ଅସମ୍ଭବ ।

You might also like