ଦମଦାର ଫିଚର୍ସ ସହିତ ଏଣ୍ଟ୍ରି ମାରିବ ଏହି Earbuds, ଦାମ ବି ରହିଛି ବଢ଼ିଆ

ଯଦି ଆପଣ ୧୦୦୦ ଟଙ୍କାରୁ ବି କମ୍ ଦାମରେ ଭଲ ଇୟରବଡ୍ସ ଖୋଜୁଛନ୍ତି, ତେବେ ଏହି ଇୟରବଡ୍ସ ଆପଣଙ୍କ ପାଇଁ ବହୁତ ଭଲ ହେବ । ଆପଣ ଏହି ଇୟରବଡ୍ସରେ ଅନେକ ଫିଚର ପାଇବେ ।

Truke ଏହାର Q1 ସିରିଜରେ Q1 Lite ଲଞ୍ଚ କରିଛି । ଏଥିରେ ୱେୟରଲେସ୍‌ ଅଡିଓ ପର୍ଫରମାନ୍ସ, ନୂଆ ଡିଜାଇନ୍ ଏବଂ ଅପଡେଟ୍ ଫିଚର ରହିଛି । ଗେମର୍ସ ଏବଂ ମ୍ୟୁଜିକ୍‌ ଲଭର୍ସଙ୍କୁ ଧ୍ୟାନରେ ରଖି କମ୍ପାନୀ ଏହି ଇୟରବଡ୍ସ ପ୍ରସ୍ତୁତ କରିଛି । ଆପଣ ଏହି ଇୟରବଡ୍ସରେ କଣ ଫିଚର ପାଇବେ ଏବଂ ଏହାର ଦାମ କେତେ ରହିଛି ଆସନ୍ତୁ ଜାଣିବା ।

ଯଦି ଆପଣ ୧୦୦୦ ଟଙ୍କାରୁ ବି କମ୍ ଦାମରେ ଭଲ ଇୟରବଡ୍ସ ଖୋଜୁଛନ୍ତି, ତେବେ ଏହି ଇୟରବଡ୍ସ ଆପଣଙ୍କ ପାଇଁ ବହୁତ ଭଲ ହେବ । ଆପଣ ଏହି ଇୟରବଡ୍ସରେ ଅନେକ ଫିଚର ପାଇବେ । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ, ଆମାଜନ ଏବଂ Truke.in ଅଫିସିଆଲ୍ ୱେବସାଇଟରେ ଆପଣ ଏହି ଇୟରବଡ୍ସ ପାଇବେ । ଏହି ଇୟରବଡ୍ସର ସେଲ୍‌ ୧୬ ଏପ୍ରିଲ ୨୦୨୪ ରୁ ଆରମ୍ଭ ହେବ । ପ୍ରଥମ ୧୦୦ ଗ୍ରାହକ ଏହି ଇୟରବଡ୍ସ ୮୯୯ ଟଙ୍କାରେ କିଣିବାର ସୁଯୋଗ ପାଇବେ । Q1 Lite ର ସେଲ୍‌ ୧୭ ଏପ୍ରିଲରୁ ଆରମ୍ଭ ହେବ ଏବଂ ଏହାର ସାଧାରଣ ଦାମ୍‌ ୯୯୯ ଟଙ୍କା ରହିଛି ।

ଡିଜାଇନ୍: TrueQ Q1 ସିରିଜ୍ ପ୍ରିମିୟମ୍, ଷ୍ଟାଇଲିସ୍ ଡିଜାଇନ୍ ସହିତ ଆସିବ । ଏହା ୩ଟି ଭିନ୍ନ କଲର୍‌ ଅପ୍ସନରେ ମିଳିବ, ଯେଉଁଥିରେ ମେଟାଲ୍ ବ୍ୟାକ୍, ସ୍ୟାମ୍ପେନ୍ ଗୋଲ୍ଡ ଏବଂ ରୋଜ୍ ରେଡ୍ ସାମିଲ ଅଛି ।

ପାଓ୍ଵାରଫୁଲ୍‌ ୧୨.୪ ମିଲିମିଟର ଡାଏନାମିକ୍‌ ସ୍ପିକର ସହିତ ଏହାକୁ ଲ୍ୟାସ କରାଯାଇଛି । TruQ Q1 Lite ଡିପ୍‌ ବେସ୍‌ ଏବଂ କ୍ରିସ୍ପ୍‌ ଟ୍ରେବଲ୍ ସହିତ କ୍ରିଷ୍ଟାଲ୍‌ କ୍ଲିୟର ସାଉଣ୍ଡ ଅଫର କରୁଛି । ଯାହା ୟୁଜର୍ସଙ୍କୁ ଣୁଣିବା ପାଇଁ ଭଲ ଲାଗିବ । ଅଲ୍ଟ୍ରା-ଲୋ ଲେଟେନ୍ସି ଗେମିଂ ମୋଡ୍ ସହିତ ଗେମର୍ସମାନେ ଏହାର ମଜା ନେଇ ପାରିବେ । ଏହି ଫିଚର ଦ୍ୱାରା ୟୁଜରଙ୍କ ଗେମିଂ ଏକ୍ସପେରିଏନ୍ସ ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.