ଯାତ୍ରା କଳାକାରଙ୍କ ସହ ସେଲଫି ନେଇ ବିବାଦରେ ସ୍ବାସ୍ଥ୍ୟକର୍ମୀ, ରୋଗୀଙ୍କୁ ଭୁଲି ଗଲେ

କଳାକାରଙ୍କୁ ଦେଖି ରୋଗୀଙ୍କୁ ଭୁଲିଗଲେ ସ୍ୱାସ୍ଥ୍ୟ କର୍ମଚାରୀ । ମାତିଗଲେ ସେଲ୍ଫି ନିଶାରେ । ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଯାଜପୁର (କେନ୍ୟୁଜ): କଳାକାରଙ୍କୁ ଦେଖି ରୋଗୀଙ୍କୁ ଭୁଲିଗଲେ ସ୍ୱାସ୍ଥ୍ୟ କର୍ମଚାରୀ । ମାତିଗଲେ ସେଲ୍ଫି ନିଶାରେ । ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯେଉଁଠି ରୋଗୀ ନିରାମୟ ଯୋଜନାରେ ଔଷଧ ନେବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଛନ୍ତି। କିନ୍ତୁ ସେପଟେ ଯାତ୍ରା କମେଡିଆନ ଭିକାରୀ ସ୍ୱାଇଁଙ୍କୁ ଦେଖି ସ୍ୱାସ୍ଥ୍ୟ କର୍ମଚାରୀମାନେ ନିରାମୟ ଔଷଧ କାଉଣ୍ଟର ଭିତରେତାଙ୍କ ସହିତ ସେଲ୍ଫି ଉଠାଉଛନ୍ତି ।

ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏହି ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସିଡିଏମଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.