ଚୁରମାର ହୋଇଗଲା ବିଜୟଙ୍କ ସବୁ ସ୍ୱପ୍ନ: ଅଧାରେ ରହିଗଲା ବାହାଘର

ଆଉ ବାଜିବନି ଢୋଲ ଆଉ ତୁରୀ ସହିତ ଯୋଡି ନାଗରା । କି କାନ୍ଥରେ ନାଆ କୁ ନାଆ ଯୋଡ଼ାହୋଇ ଆଉ ଲେଖା ହେବନି ଶଭୁ ବିବାହ । କି ଆଉ ବାହାଘରର ସେହି ଗହଳି ଚହଳି ଲାଗିବନି । ରୋଷଣି କରି ବରଯାତ୍ରୀ ଧରି ପୁଅ ଆଉ ଯିବନି ଝିଅ ଘରକୁ ନାଚି ନାଚି । କାହିଁକି ନା ଯେଉଁ ଲୋକ ଭିଡ଼ ବାହାଘରରେ ହେବାକଥା ସେ ଭିଡ଼ ଜମିଛି କ୍ୟାପିଟାଲ ହସ୍ପିଟାଲରେ ।

ଭୁବନେଶ୍ୱର(କେନ୍ୟୁଜ): ଆଉ ବାଜିବନି ଢୋଲ ଆଉ ତୁରୀ ସହିତ ଯୋଡି ନାଗରା । କି କାନ୍ଥରେ ନାଆ କୁ ନାଆ ଯୋଡ଼ାହୋଇ ଆଉ ଲେଖା ହେବନି ଶଭୁ ବିବାହ । କି ଆଉ ବାହାଘରର ସେହି ଗହଳି ଚହଳି ଲାଗିବନି । ରୋଷଣି କରି ବରଯାତ୍ରୀ ଧରି ପୁଅ ଆଉ ଯିବନି ଝିଅ ଘରକୁ ନାଚି ନାଚି । କାହିଁକି ନା ଯେଉଁ ଲୋକ ଭିଡ଼ ବାହାଘରରେ ହେବାକଥା ସେ ଭିଡ଼ ଜମିଛି କ୍ୟାପିଟାଲ ହସ୍ପିଟାଲରେ । ଯେଉଁ ଭିଡ଼ ବରଯାତ୍ରୀ ଗଲାବେଳେ ହେବା କଥା ଖୁସିର ଲହରୀ ଖେଳିବା କଥା ସେ ଜାଗାରେ କାନ୍ଦ ବୋବାଳିର ପରିବେଶ । ଏମିତି କିଛି ଘଟିବ, ସେକଥା ପରିବାର ବର୍ଗ ,କି ବନ୍ଧୁ ବାନ୍ଧବ, କି ସାଙ୍ଗ ସାଥୀ କିଏବା କାହିଁକି ମୁଣ୍ଡରେ ଚିନ୍ତା କରିବ।

ଏଇ ଯେଉଁ ଗହଳି ଦେଖୁଛନ୍ତି ଏହେଉଛି କ୍ୟାପିଟାଲ ଶବ ଗୃହ ପାଖରେ ଗହଳି । ଚାରିଆଡେ ଖାଲି ଲୋକ ଆଉ ଲୋକ । ଠାଏ ଠାଏ ଲୋକ ସବୁ ଏକାଠି ହୋଇ ରହିଛନ୍ତି।ସମସ୍ତଙ୍କ ଭିତରେ ଶୋକର ଛାୟା ଖେଳି ଯାଇଥାଏ । ସ୍ତବ୍ଧ ସଭିଏଁ । ଭଗବାନ ଏମିତି ନିଷ୍ଠୁର କେମିତି ହେଲେ । ଭେଣ୍ଡିଆ ପୁଅଟା ଆଉ କେଇଟା ଦିନ ପରେ ବେଦୀରେ ବସି ବାହା ହୋଇ ସଂସାର କରିଥାଆନ୍ତା । ତା ପୂର୍ବରୁ ଜୀବନ ଦୀପ ଲିଭିଗଲା ।

ଦୁର୍ଘଟଣା ଦୁର୍ଘଟଣା ଯୁଏଡ଼େ ଶୁଣିବ ଖାଲି ଏହିଭଳି ଅଘଟଣ । ତେବେ ଆସନ୍ତୁ ଜାଣିବା କଣ ଥିଲା ଘଟଣା। ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତ ଯୁବକଙ୍କ ନାମ କେ.ବିଜୟ । ଘର ସାମନ୍ତରାପୁର ଗ୍ୟାରେଜ ଛକ ନିକଟରେ । ମୃତକ କେ.ବିଜୟଙ୍କୁ ମିଶାଇ ତିନି ଭାଇ ବାପା ମାଆ । ଅନେକ ଦିନ ହେବ ଏହି ସ୍ଥାନରେ ଘର କରି ରହି ଆସୁଥିଲେ । କେ.ବିଜୟ ଏକ ଘରୋଇ କଲେଜରେ ଚାକିରୀ କରୁଥିଲେ । ଅଳ୍ପ ଦିନ ହେବ ଝିଅ ଦେଖା ଦେଖି ହୋଇ ବାହାଘର ଆସନ୍ତା ୨୬ 6ତାରିଖରେ ଧାର୍ଯ୍ୟ କରାଯାଇଥିଲା । ବାହାଘର କାର୍ଡ ମଧ୍ୟ ବନ୍ଧୁ ବାନ୍ଧବରେ ବଣ୍ଟା ବଣ୍ଟି ଆରମ୍ଭ ହୋଇଯାଇଥିଲା । କିନ୍ତୁ ହାଏରେ ବିଧାତା ସବୁ ସ୍ୱପ୍ନ କ୍ଷଣିକ ଭିତରେ ମିଳେଇ ଚୁରମାର ହୋଇଗଲା ।

କେ.ବିଜୟ ଯେଉଁ କଲେଜରେ କର୍ମଚାରୀ ଭାବରେ କାମ କରୁଥିଲେ ସେହି କଲେଜକୁ ରାତି ଡିୟୁଟି ପାଇଁ ପ୍ରାୟ ସାଢେ ଦଶ ଏଗାରଟା ସମୟରେ ଯିବାବେଳେ ହଠାତ ମଞ୍ଚେଶ୍ୱର ନିକଟରେ ଦୁର୍ଘଟଣା ଘଟିଲା । ଗତ ୧୧ତାରିଖ ରାତି ସମୟରେ ଯେତେବେଳେ ଦୁର୍ଘଟଣା ଘଟିଲା ସେତେବେଳେ କେ.ବିଜୟଙ୍କର ପାଖରେ ତାଙ୍କ ପରିଚୟ ଜାଣିବା ପାଇଁ କିଛି ବି ମିଳି ପାରିନଥିଲା । ହେଲେ ଯେଉଁ ବାହାଘର କାର୍ଡ କେ.ବିଜୟଙ୍କର ପାଖରେ ଥିଲା ତାହାର ଫୋନ ନମ୍ବର ସାହାଯ୍ୟରେ ଘର ଲୋକଙ୍କ ପାଖକୁ ପୋଲିସ ଫୋନ କରିଥିଲା । ତାସହିତ ପୋଲିସ ଘଟଣା ସ୍ଥଳରେ ଯାଇ ତୁରନ୍ତ ପହଁଚି ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ଅଣା ଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଉ ଏହାପରେ ଶବ ବ୍ୟବଚ୍ଛେଦ ଗୃହ ନିକଟକୁ ଅଣା ଯାଇଥିଲା ତାଙ୍କର ମୃତ ଶରୀର । ପରିବାର ବର୍ଗ ବନ୍ଧୁ ବାନ୍ଧବ ସମସ୍ତଙ୍କ ଭିତରେ ପଡ଼ିଗଲା ହୋ ହଲ୍ଲା । କେ.ବିଜୟ ଚାଲିଗଲା ଦୁର୍ଘଟଣାରେ ଆରପାରିକୁ । ସବୁ ଯୋଗାଡ଼ ସରିଥିଲା । ଛୁଞ୍ଚି ଠାରୁ କୁଲା ଯାଏ ସବୁ କିଣା ସରିଥିଲା । କିନ୍ତୁ ଆଜି କେବଳ ଶୁଭୁଛି କାନ୍ଦ ବୋବାଳି । ଆଉ ନାହିଁ କେ ବିଜୟ । ଆଉ ନାହିଁ ବାହାଘର ବେଦୀ ।

ନିରବୀ ଯାଇଛି ସବୁଦିନ ପାଇଁ । ହେଲେ ମୃତକ କେ.ବିଜୟଙ୍କ ବାପା ଯିଏକି ବିଏମସିରେ ସଫେଇ ସୁପରଭାଇଜର ଅଛନ୍ତି । ସେ ଛାତିରେ ପଥର ରଖି ସାହାସ ବାନ୍ଧି ପୁଅ କେ .ବିଜୟର ଆଖିକୁ ଦାନ କରିଥିଲେ । ଆଉ କହିଥିଲେ ସମସ୍ତେ ଏଭଳି ଆଖିଦାନ କରିଲେ ଆଉ କିଛି ଲୋକ ଯାହାର ଆଖି ନାହିଁ ସେମାନେ ପାଇ ସଂସାର ଦେଖି ପାରିବେ । ଆମେ ତ ଏମିତି ବାପାଙ୍କୁ ସଲାମ କରୁଛୁ । ବିଧିର ବିଧାନ କେ କରିବ ଆନ । ସତରେ ମୃତ୍ୟୁ ଏମିତି ବି ଆସେ । ଯେଉଁ ହୋମ ନିଆଁକୁ ସାକ୍ଷୀ କରି ବାହା ଦେବୀରେ ବିଜୟ ବର ସାଜିଥାନ୍ତେ ଆଜି ଶ୍ମଶାନ ଘାଟରେ ଜଳିଯାଇଛି ତାଙ୍କ ଜୁଇ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.