ସେକ୍ସଟର୍ସନ କଲରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ, ତୁରନ୍ତ ଅନ୍‌ କରନ୍ତୁ ହ୍ଵାଟ୍ସଆପର ଏହି ଫିଚର

ସେକ୍ସଟର୍ସନ ନାମକ ଏକ ସ୍କାମ ରହିଛି । ସେକ୍ସଟର୍ସନ କଲରେ ଲୋକମାନେ ଠକାମିର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇ ବସନ୍ତି । ତେବେ ଆଜି ଆମେ ଆପଣଙ୍କୁ ହ୍ଵାଟ୍ସଆପରେ ଏମିତି ଏକ ଫିଚର ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଏହି ସ୍କାମରୁ ବଞ୍ଚାଇବ ।

ଟେକ୍ନୋଲୋଜି ଦୁନିଆରେ ସବୁକିଛି ସମ୍ଭବ । ମାତ୍ର ଗୋଟିଏ କ୍ଲିକରେ ଲୋକମାନେ ସବୁ କାମ କରି ପାରୁଛନ୍ତି । ତେବେ ଏହି ଟେକ୍ନୋଲୋଜିରେ ଲୋକଙ୍କୁ ଯେମିତି ସୁବିଧା ମିଳୁଛି ସମାନ ଭାବେ ଏହି ଟେକ୍ନୋଲୋଜି ଲୋକଙ୍କର ଅନେକ କ୍ଷତି ମଧ୍ୟ କରୁଛି । ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ହ୍ୟାକର୍ସମାନେ ଲୋକଙ୍କୁ ଠକୁଛନ୍ତି । ସାଧାରଣ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ଉପାୟ ଆପଣାନ୍ତି ସ୍କାମର । କିନ୍ତୁ ଏହି ଠକାମିରେ ଏମିତି ଏକ ସ୍କାମ ଅଛି, ଯାହା ବିଷୟରେ ଆପଣ ହୁଏତ ଜାଣି ନଥିବେ । ତେବେ ସେକ୍ସଟର୍ସନ ନାମକ ଏକ ସ୍କାମ ରହିଛି । ସେକ୍ସଟର୍ସନ କଲରେ ଲୋକମାନେ ଠକାମିର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇ ବସନ୍ତି । ତେବେ ଆଜି ଆମେ ଆପଣଙ୍କୁ ହ୍ଵାଟ୍ସଆପରେ ଏମିତି ଏକ ଫିଚର ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଏହି ସ୍କାମରୁ ବଞ୍ଚାଇବ । ସେକ୍ସଟର୍ସନ କଲରୁ ବଞ୍ଚିବା ପାଇଁ ତୁରନ୍ତ ହ୍ଵାଟ୍ସଆପର ଏହି ଫିଚରକୁ ଅନ୍‌ କରନ୍ତୁ ।

ସେକ୍ସଟର୍ସନର ଅନେକ ମାମଲା ପ୍ରତ୍ୟେକ ଦିନ ଘଟୁଛି । ଏହି ଘଟଣା ହ୍ଵାଟ୍ସଆପରୁ ହିଁ ଆରମ୍ଭ ହୋଇଥାଏ, ଯାହା ପରେ ଲୋକମାନେ ଧିରେ ଧିରେ ଫସିବାକୁ ଲାଗନ୍ତି । ତେବେ ଏହି ସେକ୍ସଟର୍ସନ କଣ ? ଏହାକୁ ନେଇ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ । ସୂଚନା ଥାଉ କି ସେକ୍ସଟର୍ସନ ହେଉଛି ଏମିତି ଏକ ସ୍କାମ, ଯେଉଁଥିରେ ସ୍କାମରମାନେ କୌଣସି ବ୍ୟକ୍ତିଙ୍କର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଲୁଟନ୍ତି ।

ଏହି ମାମଲାରେ ସ୍କାମରମାନେ ପ୍ରଥମେ ହ୍ଵାଟ୍ସଆପରେ ଲୋକଙ୍କୁ ଭିଡିଓ କଲ୍‌ କରନ୍ତି । ଯେତେବେଳେ କୌଣସି ବ୍ୟକ୍ତି ସ୍କାମରର କଲ୍‌ ଉଠାନ୍ତି, ସେତେବେଳେ ସ୍କାମରମାନେ କୌଣସି ମହିଳାଙ୍କ ସହ ଉକ୍ତ ବ୍ୟକ୍ତିଙ୍କର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରନ୍ତି । ଏହା ପରେ ସ୍କାମରମାନେ ଉକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରନ୍ତି । କେତେବେଳେ ପୋଲିସ୍‌ କହି ଟଙ୍କା ଲୁଟିବା ଆରମ୍ଭ କରନ୍ତି ତ ବେଳେବେଳେ ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବା କଥା କହି ଲୋକଙ୍କ ଠାରୁ ଟଙ୍କା ଲୁଟନ୍ତି ।

ତେବେ ଏହି ହ୍ଵାଟ୍ସଆପ୍‌ କଲରୁ ଆପଣ ଅତି ସହଜରେ ବଞ୍ଚି ପାରିବେ । ହ୍ଵାଟ୍ସଆପରେ ଅଜଣା କଲକୁ ନେଇ ଏକ ଖାସ ଫିଚର ରହିଛି । ସାଇଲେନ୍ସ ଅନନୋନ୍‌ କଲର୍ସ ନାମକ ଏକ ଫିଚର ହ୍ଵାଟ୍ସଆପରେ ଅଛି । ଏହି ଫିଚରକୁ ଅନ୍‌ କରି ଆପଣ ଅଜଣା କଲକୁ ସାଇଲେଣ୍ଟ କରିପାରିବେ । ଆପଣଙ୍କୁ ସିଧାସଳଖ ଅଜଣା ନମ୍ବରରୁ କଲ ନଆସିଲେ ଆପଣ ସ୍କାମରୁ ବଞ୍ଚି ପାରିବେ ।

ଏହି ଫିଚରକୁ ଅନ୍‌ କରିବା ପାଇଁ ଆପଣଙ୍କୁ ହ୍ଵାଟ୍ସଆପ ସେଟିଂକୁ ଯିବାକୁ ପଡ଼ିବ । ଏଠାରେ ଆପଣଙ୍କୁ ପ୍ରାଇଭେସୀ ଅପ୍ସନ ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ସ୍କ୍ରୋଲ୍‌ କରି ତଳକୁ ଯିବା ପରେ ଆପଣଙ୍କୁ କଲ୍ସର ଅପ୍ସନ ମିଳିବ, ଏହାକୁ କ୍ଲିକ୍‌ କରନ୍ତୁ ।
ଏହା ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କୁ ସାଇଲେନ୍ସ ଅନନୋନ୍‌ କଲର୍ସ ନାମକ ଅପ୍ସନ ମିଳିବ । ଆପଣ ଏହାକୁ ଅନ୍‌ କରିବା ପରେ ସୁରକ୍ଷିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.