ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ଦିନ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲି ଓ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର

ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦିନ ସାଢେ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଭୁବନେଶ୍ୱର (କେନ୍ୟୁଜ): ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ଉପକୂଳରୁ ଉପାନ୍ତ ସବୁଠି ଦେଖିବାକୁ ମିଳୁଛି ତାତିର ତାଉ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦିନ ସାଢେ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଚାନ୍ଦବାଲିରେ ୩୬.୮ତାପମାତ୍ରା ଭୁବନେଶ୍ୱରରେ ୩୬.୨ ଡିଗ୍ରୀ , ବାଲେଶ୍ୱରରେ ୩୬.୪°, ଗୋପାଳପୁରରେ ୩୪.୬,କେନ୍ଦୁଝରରେ ୩୪°,ପୁରୀରେ ୩୩.୮°, ପାରାଦ୍ୱୀପରେ ୩୩.୪°, ଝାରସୁଗୁଡାରେ ୩୩.୪°, ରାଉରକେଲାରେ ୩୨.୬°, ସମ୍ବଲପୁରରେ ୩୨.୪° ଓ ହୀରାକୁଦରେ ୩୨. ୨° ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ପୁଣି ଲେଉଟିବ ତାତି । ୪ ଦିନ ଯାଏ ଉପରମୁହାଁ ହେବ ପାରଦ । ଦିନ ତାପମାତ୍ରା ୬ ରୁ ୮ ଡିଗ୍ରୀ ସେଲସିୟସ ଯାଏ ବଢିବ । ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୪ ତାରିଖରେ ଗରମ ଓ ଗୁଳୁଗୁଳି ପାଇଁ ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ ତାରିଖ ପାଇଁ ହିଟୱେଭ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୬ ତାରିଖରେ ୧୩ ଜିଲ୍ଲାକୁ ହିଟୱେଭ ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.