କମଳା ଚୋପାରେ ଏହି ୨ଟି ଜିନିଷ ମିଶାଇ ତିଆରି କରନ୍ତୁ ସ୍କ୍ରବ୍‌, ସ୍କିନ୍‌ର ଅନେକ ସମସ୍ୟା ହେବ ଦୂର

ବଜାରରେ ମିଳୁଥିବା କେମିକାଲ ପ୍ରଡକ୍ଟ ସ୍କିନ୍‌କୁ ଚମକାଇଥାଏ କିନ୍ତୁ ଏହା କିଛି ଦିନ ପାଇଁ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରି ଆପଣ ନିଜ ସ୍କିନ୍‌କୁ ବିଭିନ୍ନ ପ୍ରକାରର ସମସ୍ୟାରୁ ରକ୍ଷା କରିପାରିବେ ଏବଂ ସୁନ୍ଦର ମଧ୍ୟ ରଖିପାରିବେ ।

ଆଜିକାଲି ମହିଳାମାନେ ନିଜ ସ୍କିନ୍‌ର କେୟାର ନେବା ପାଇଁ ମୁହଁରେ ବିଭିନ୍ନ ପ୍ରକାରର ପ୍ରଡକ୍ଟଲଗାଉଛନ୍ତି ଏବଂ ପାର୍ଲରକୁ ଯାଉଛନ୍ତି । ଏହା ସହ ଲୋକମାନେ ଭଲ ଭଲ ବ୍ରାଣ୍ଡ୍‌ର ଜିନିଷ ବ୍ୟବହାର କରିବାରେ ମଧ୍ୟ ହଜାରେ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଲୋକମାନେ ଏପରି କରନ୍ତି, ଯେପରି ସେମାନଙ୍କ ସ୍କିନ୍‌ ଭଲ ରହିବା ବା କୌଣସି ପ୍ରକାରର ସମସ୍ୟା ହେବ ନାହିଁ । ତେବେ ବଜାରରେ ମିଳୁଥିବା କେମିକାଲ ପ୍ରଡକ୍ଟ ସ୍କିନ୍‌କୁ ଚମକାଇଥାଏ କିନ୍ତୁ ଏହା କିଛି ଦିନ ପାଇଁ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରି ଆପଣ ନିଜ ସ୍କିନ୍‌କୁ ବିଭିନ୍ନ ପ୍ରକାରର ସମସ୍ୟାରୁ ରକ୍ଷା କରିପାରିବେ ଏବଂ ସୁନ୍ଦର ମଧ୍ୟ ରଖିପାରିବେ । ତାହେଲେ ଆସନ୍ତୁ ସେହି ଘରୋଇ ଉପଚାର ବିଷୟରେ ଜାଣିବା ।

ଏହି ସ୍କ୍ରବର୍ ପାଇଁ ଉପାଦାନ :
ତେବେ ଆପଣଙ୍କୁ ଏହି ସ୍କ୍ରବ୍‌ ତିଆରି କରିବା ପାଇଁ ୭ ରୁ ୮ଟି କମଳାର ଚୋପା ନେବାକୁ ପଡିବ, ଅଧା ଚାମଚ ମହୁ, ଅଧା ଚାମଚ ଚିନି ନେବାକୁ ପଡିବ ।

ଜାଣନ୍ତୁ କମଳା ଚୋପା ସ୍କ୍ରବ୍ କିପରି ତିଆରି କରିବେ ?
କମଳା ଚୋପା ସ୍କ୍ରବ୍ ତିଆରି କରିବା ପାଇଁ, ୭ ରୁ ୮ଟି କମଳାର ଚୋପାକୁ ଛଡାଇ ଖରାରେ ଭଲ ଭାବରେ ଶୁଖାନ୍ତୁ । ଏହି ଚୋପାକୁ ଆପଣ ୫ ରୁ ୬ ଦିନ ଖରାରେ ରଖନ୍ତୁ । ଯେତେବେଳେ ଚୋପା ଭଲ ଭାବେ ଶୁଖିଯିବ, ତାକୁ ମିକ୍ସର୍‌ରେ ପୁରାଇ ଗ୍ରାଇଣ୍ଡ୍ କରନ୍ତୁ । ବର୍ତ୍ତମାନ ଏହି ପାଉଡରକୁ ଏକ ପାତ୍ରରେ ରଖନ୍ତୁ । ଏହା ପରେ ଯେତେବେଳେ ଆପଣ ସ୍କ୍ରବ୍‌ କରିବାକୁ ଚାହିଁବେ, ସେତେବେଳେ ୨ ଚାମଚ କମଳା ପାଉଡର ନେଇ ଅଧା ଚାମଚ ମହୁ ଏବଂ ସେଥିରେ ଅଧା ଚାମଚ ଚିନି ମିଶାନ୍ତୁ । ଦେଖିବେ ଆପଣଙ୍କ ସ୍କ୍ରବର୍ ପ୍ରସ୍ତୁତ ହୋଇଯିବ । ଏହା ପରେ ହାଲୁକା ହାତରେ ଏହି ସ୍କ୍ରବ୍‌କୁ ସ୍କିନ୍‌ରେ ଲଗାଇବେ ।

ଏହି ସ୍କ୍ରବ୍‌ର ଉପକାରିତା :
ଏହି ସ୍କ୍ରବିଙ୍ଗ୍ କରିବା ଦ୍ୱାରା ଡେଡ ସ୍କିନ୍‌ ସେଲ୍ସ ବାହାରିବା ସହ ତ୍ୱଚାର ସମସ୍ତ ପ୍ରକାରର ମଇଳା ମଧ୍ୟ ସଫା କରିଦେବ । ଏହା ସହ ଏକ୍ସଫୋଲିଏସନ୍ ସ୍କିନ୍‌ର ଡିଟକ୍ସଫିକେସନ୍‌କୁ ଭଲ କରିଥାଏ । ସ୍କ୍ରବିଙ୍ଗ୍ ସ୍କିନ୍‌ରେ ରକ୍ତ ସଞ୍ଚାଳନକୁ ଭଲ କରିଥାଏ । ତେବେ ଏହା ବ୍ୟତୀତ ସ୍କିନ୍‌ ପାଇଁ ଅନେକ ଲାଭ ମଧ୍ୟ ରହିଛି । ସେଥିପାଇଁ ସ୍କ୍ରବ୍ କରିବା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇବା ଉଚିତ୍ । ତେଣୁ ଏହି ଘରୋଇ ଉପଚାର ବ୍ୟବହାର କରି ଆପଣ ନିଜ ସ୍କିନ୍‌କୁ ଭଲ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.