ଅଣାୟତ୍ତ ଜଙ୍ଗଲ ନିଆଁ, ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଜଳୁଛି

କେନ୍ଦୁଝର ଜିଲ୍ଲାରେ ଅଣାୟତ୍ତ ଜଙ୍ଗଲ ନିଆଁ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳୁଛି ଜଙ୍ଗଲ । ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ଏହା ମନୁଷ୍ଯକୃତ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚଡି ।

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଅଣାୟତ୍ତ ଜଙ୍ଗଲ ନିଆଁ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳୁଛି ଜଙ୍ଗଲ । ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ଏହା ମନୁଷ୍ଯକୃତ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚଡି । ଚମ୍ପୁଆରେ ୮୦ ଟି , କେନ୍ଦୁଝର ସଦରର ୫୫ ଟି ଓ ବଂଶପାଳ ରେଞ୍ଜ ରେ ୭୦ଟି ପଏଣ୍ଟରେ ଲାଗିଛି ନିଆଁ ।

ଜଙ୍ଗଲ ମଧ୍ୟରେ ୨୮୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଛି । ପୋଡୁଚାଷ, ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକେ, ଶୀକାର ପାଇଁ ତଥା ଜାଳେଣି କାଠ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା କହିଛନ୍ତି ଡିଏଫଓ ।

ସେପଟେ ତାତି ବଢ଼ିଥିବାରୁ ନିଆଁ ବ୍ୟାପୁଛି । ଲୋକଙ୍କୁ ୬୮୫ ବନ ସୁରକ୍ଷା ସମିତିଙ୍କ ମାଧ୍ୟମରେ ବ୍ୟାପକ ସଚେତନ କରାଯାଉଛି । ନିଆଁ ଲିଭାଇବା ପାଇଁ ୧୪୪ଟି ନିଆଁ ଲିଭା ମେସିନ ସହ ୧୦୪ ଜଣ ପିଲା ଓ ୧୦ଟି ରକ୍ଷକ ଗାଡ଼ି ନିୟୋଜିତ ହୋଇଛି । ଏଥି ସହ ୧୨୩୫ କିମି ନିଆଁ ନ ଡେଇଁବା ରାସ୍ତା ତିଆରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.