ସିଡନୀ ସପିଂ ମଲରେ ଗୁଳିମାଡ଼ ଏବଂ ଛୁରାମାଡ, ୪ ମୃତ, ଅନେକ ଆହତ
ଅଷ୍ଟ୍ରେଲିଆର ସିଡନୀର ଓ୍ୱେଷ୍ଟଫିଲ୍ମ ବୋନି ଜଙ୍କସନ ସପିଂ ସେଣ୍ଟରରେ ଗୁଳି ଫୁଟିଥିଲା । ଏଠାରେ ଜଣେ ଦୁର୍ବୃତ୍ତ ସପିଂ ମଲରେ ଥିବା ଲୋକଙ୍କ ଉପରୁ ଛୁରା ମାଡ କରିଥିଲେ । ଏଥିରେ ଜଣେ ମହିଳା ଓ ତାଙ୍କର ଦୁଇଟି ଛୁଆ ଓ ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଛି ।

ଅଷ୍ଟ୍ରେଲିଆର ସିଡନୀର ଏକ ସପିଂ ମଲ୍ ଭିତରେ ଗୁଳି ଫୁଟିବା ସହିତ ଛୁରାମାଡ ମଧ୍ୟ ହୋଇଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ କେତେ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ସପିଂ ମଲକୁ ଖାଲି କରିଦିଆଯାଇଛି ।
ଖବର ମୁତାବକ, ଶୁକ୍ରବାର ଓ୍ୱେଷ୍ଟଫିଲ୍ମ ବୋନି ଜଙ୍କସନ ସପିଂ ସେଣ୍ଟରରେ ଗୁଳି ଫୁଟିଥିଲା । ଏଠାରେ ଜଣେ ଦୁର୍ବୃତ୍ତ ସପିଂ ମଲରେ ଥିବା ଲୋକଙ୍କ ଉପରୁ ଛୁରା ମାଡ କରିଥିଲେ । ଏଥିରେ ଜଣେ ମହିଳା ଓ ତାଙ୍କର ଦୁଇଟି ଛୁଆ ଓ ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଆହତ ହୋଇଛନ୍ତି । ପୋଲିସ ଗୁଳିରେ ଆକ୍ରମଣକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି ।
A man was shot at a mall in Sydney following reports of multiple people stabbed. Emergency services were called to Westfield Bondi Junction, reports Reuters citing New South Wales Police
— ANI (@ANI) April 13, 2024
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଶୁକ୍ରବାର ଅପରାହ୍ଣ ୪ଟା ବେଳେ ଏହି ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଗୁଳି କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସେହିପରି ସପିଂ ମଲ୍ ଭିତରେ ଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି ।