ଦେଶ ବିଦେଶ

ମହାରାଷ୍ଟ୍ରରେ ମହାପ୍ରଳୟ: ତିନିଦିନ ଧରି ଲଗାଣ ବର୍ଷାରେ ଗଲାଣି ଅନେକ ଜୀବନ, ଏକ ଲକ୍ଷ ୩୫ ହଜାର ଲୋକ ସ୍ଥାନାନ୍ତର

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ମହାପ୍ରଳୟ। ବର୍ଷା ବିତ୍ପାତ ଓ ଭୂସ୍ଖଳନରେ କୋଙ୍କଣ ଓ ପଶ୍ଚିମ ମହାରାଷ୍ଟ୍ରରେ ବିପର୍ଯ୍ୟୟ। ତିନିଦିନ ଧରି ଲଗାଣ ବର୍ଷାରେ ୧୧୨ ଜଣଙ୍କ ଜୀବନ ହାନି ଘଟିଛି। ୫୩ ଜଣ ଆହତ ହୋଇଥିବା ବେଳେ ଏବେ ବି ୯୯ ଜଣ ନିଖୋଜ ଅଛନ୍ତି । ୩ ହଜାର ୨୨୧ ଜୀବଜନ୍ତୁଙ୍କ ଜୀବନ ନେଇଛି ବର୍ଷା ବିତ୍ପାତ । ପ୍ରାୟ ଏକ ଲକ୍ଷ ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମୂଷଳଧାର ବର୍ଷାରେ କୋଙ୍କଣର ସାତଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ତେବେ ଲକ୍ଷାଧିକ ଲୋକ ବନ୍ୟା ଓ ଭୂସ୍ଖଳନରେ ଫସି ରହିଛନ୍ତି। ରାଇଗଡ଼ରେ ଭୂସ୍ଖଳନରେ ୩୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସତାରା ଜିଲ୍ଲାରେ ବନ୍ୟାରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ବହୁ ଲୋକ ବନ୍ୟା ଜଳରେ ଭାସି ଯାଇଛନ୍ତି। ସତାରାର ଅମ୍ବେଘର ଓ ମୀରଗାଓ ମଧ୍ୟ ଭୂସ୍ଖଳନ ଘଟି ବ୍ୟାପକ କ୍ଷତି ଘଟିଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ଏନଡିଆରଏଫ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଭାରତୀୟ ସେନାର ୬ଟି ଟିମ୍‌ ମୁତୟନ ହୋଇଛନ୍ତି। ସମସ୍ତ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର।

Sonalisa

Recent Posts

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

26 mins ago

ଚତୁର୍ଥ ଥର ପରିବର୍ତ୍ତନ ହେଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା ପାର୍ଟ ୧’ର ରିଲିଜ୍‌ ଡେଟ୍‌, ଜାଣନ୍ତୁ କେବେ

ଚଳିତ ବର୍ଷର ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’କୁ ନେଇ ଖୁବ୍‌…

28 mins ago

ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ, ବିପଦରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସ୍ଵାଧୀନତାର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ । ଆଲୁଅ ବିନା ଘର ଠୁ…

36 mins ago

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର…

45 mins ago

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…

2 hours ago

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର…

2 hours ago