ମହାରାଷ୍ଟ୍ରରେ ମହାପ୍ରଳୟ: ତିନିଦିନ ଧରି ଲଗାଣ ବର୍ଷାରେ ଗଲାଣି ଅନେକ ଜୀବନ, ଏକ ଲକ୍ଷ ୩୫ ହଜାର ଲୋକ ସ୍ଥାନାନ୍ତର

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ମହାପ୍ରଳୟ। ବର୍ଷା ବିତ୍ପାତ ଓ ଭୂସ୍ଖଳନରେ କୋଙ୍କଣ ଓ ପଶ୍ଚିମ ମହାରାଷ୍ଟ୍ରରେ ବିପର୍ଯ୍ୟୟ। ତିନିଦିନ ଧରି ଲଗାଣ ବର୍ଷାରେ ୧୧୨ ଜଣଙ୍କ ଜୀବନ ହାନି ଘଟିଛି। ୫୩ ଜଣ ଆହତ ହୋଇଥିବା ବେଳେ ଏବେ ବି ୯୯ ଜଣ ନିଖୋଜ ଅଛନ୍ତି । ୩ ହଜାର ୨୨୧ ଜୀବଜନ୍ତୁଙ୍କ ଜୀବନ ନେଇଛି ବର୍ଷା ବିତ୍ପାତ । ପ୍ରାୟ ଏକ ଲକ୍ଷ ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ମୂଷଳଧାର ବର୍ଷାରେ କୋଙ୍କଣର ସାତଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ତେବେ ଲକ୍ଷାଧିକ ଲୋକ ବନ୍ୟା ଓ ଭୂସ୍ଖଳନରେ ଫସି ରହିଛନ୍ତି। ରାଇଗଡ଼ରେ ଭୂସ୍ଖଳନରେ ୩୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସତାରା ଜିଲ୍ଲାରେ ବନ୍ୟାରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ବହୁ ଲୋକ ବନ୍ୟା ଜଳରେ ଭାସି ଯାଇଛନ୍ତି। ସତାରାର ଅମ୍ବେଘର ଓ ମୀରଗାଓ ମଧ୍ୟ ଭୂସ୍ଖଳନ ଘଟି ବ୍ୟାପକ କ୍ଷତି ଘଟିଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ଏନଡିଆରଏଫ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଭାରତୀୟ ସେନାର ୬ଟି ଟିମ୍ ମୁତୟନ ହୋଇଛନ୍ତି। ସମସ୍ତ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର।