ଦେଶ ବିଦେଶ

ଭାରତୀୟ ପାଇଁ ଇସ୍ରାଏଲରେ ଜାରି ହେଲା ହେଲ୍‌ପଲାଇନ ନମ୍ବର, ଗୋଟିଏ କଲ୍‌ରେ ମିିଳିବ ସାହାଯ୍ୟ

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଲଗାତାର ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ମଙ୍ଗଳବାର ଏକ ମିସାଇଲ ଆକ୍ରମଣରେ ଇସ୍ରାଏଲର ଉତ୍ତର ସୀମାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଦୁଇ ଭାରତୀୟ ଗୁରୁତର ଆହତ ହୋଇଛନ୍ତି ।

ଏହି ଆକ୍ରମଣର ଗୋଟିଏ ଦିନ ପରେ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ଲୋକଙ୍କ ପାଇଁ ଏକ ସୁରକ୍ଷା ଆଡ୍‌ଭାଇଜରୀ ଜାରି କରିଛି । ଏହାସହିତ ଏକ ଜରୁରୀକାଳୀନ ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରିଛି । ଯେପରି, ସମସ୍ୟାରେ ଫସିଥିବା ଭାରତୀୟ ଏହି ନମ୍ବରରେ ଯୋଗାଯୋଗ କରି ସାହାଯ୍ୟ ମାଗିପାରିବେ ।

ଇସ୍ରାଏଲରେ ମିସାଇଲ ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଭାରତ ସରକାର ସେଠାରେ ରହୁଥିବା ନିଜ ନାଗରିକମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ଏହି କାରଣରୁ ମଙ୍ଗଳବାର ଭାରତୀୟ ନାଗରିକଙ୍କ ପାଇଁ ଏକ ଆଡ୍‌ଭାଇଜରୀ ଜାରି କରାଯାଇଛି । ଏହି ଆଡ୍‌ଭାଇଜରୀ ମାଧ୍ୟମରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଭିତରେ ସେଠାରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

ଭାରତୀୟ ଦୂତାବାସ ତରଫରୁ ଇସ୍ରାଏଲର ଇମିଗ୍ରେସନ ଅଥରିଟିଙ୍କ ଏକ ହଟ୍‌ଲାଇନ ନମ୍ବର ବି ଜାରି କରାଯାଇଛି । ଏହି ନମ୍ବର ହେଉଛି, 1700707889 । ଏହା ସହିତ ଜରୁରୀକାଳୀନ ହେଲ୍‌ପଲାଇନ ନମ୍ବର +972-35226748 ଏବଂ ଇମେଲ୍‌ ଆଇଡି CONS1.telaviv@mea.gov.in ଜାରି କରାଯାଇଛି ।

Roshni

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

4 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

23 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

39 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

48 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

57 mins ago