ଭାରତୀୟ ପାଇଁ ଇସ୍ରାଏଲରେ ଜାରି ହେଲା ହେଲ୍‌ପଲାଇନ ନମ୍ବର, ଗୋଟିଏ କଲ୍‌ରେ ମିିଳିବ ସାହାଯ୍ୟ

ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ଲୋକଙ୍କ ପାଇଁ ଏକ ସୁରକ୍ଷା ଆଡ୍‌ଭାଇଜରୀ ଜାରି କରିଛି । ଏହାସହିତ ଏକ ଜରୁରୀକାଳୀନ ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରିଛି ।

ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଲଗାତାର ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ମଙ୍ଗଳବାର ଏକ ମିସାଇଲ ଆକ୍ରମଣରେ ଇସ୍ରାଏଲର ଉତ୍ତର ସୀମାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଦୁଇ ଭାରତୀୟ ଗୁରୁତର ଆହତ ହୋଇଛନ୍ତି ।

ଏହି ଆକ୍ରମଣର ଗୋଟିଏ ଦିନ ପରେ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ଲୋକଙ୍କ ପାଇଁ ଏକ ସୁରକ୍ଷା ଆଡ୍‌ଭାଇଜରୀ ଜାରି କରିଛି । ଏହାସହିତ ଏକ ଜରୁରୀକାଳୀନ ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରିଛି । ଯେପରି, ସମସ୍ୟାରେ ଫସିଥିବା ଭାରତୀୟ ଏହି ନମ୍ବରରେ ଯୋଗାଯୋଗ କରି ସାହାଯ୍ୟ ମାଗିପାରିବେ ।

ଇସ୍ରାଏଲରେ ମିସାଇଲ ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଭାରତ ସରକାର ସେଠାରେ ରହୁଥିବା ନିଜ ନାଗରିକମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ଏହି କାରଣରୁ ମଙ୍ଗଳବାର ଭାରତୀୟ ନାଗରିକଙ୍କ ପାଇଁ ଏକ ଆଡ୍‌ଭାଇଜରୀ ଜାରି କରାଯାଇଛି । ଏହି ଆଡ୍‌ଭାଇଜରୀ ମାଧ୍ୟମରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଭିତରେ ସେଠାରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

ଭାରତୀୟ ଦୂତାବାସ ତରଫରୁ ଇସ୍ରାଏଲର ଇମିଗ୍ରେସନ ଅଥରିଟିଙ୍କ ଏକ ହଟ୍‌ଲାଇନ ନମ୍ବର ବି ଜାରି କରାଯାଇଛି । ଏହି ନମ୍ବର ହେଉଛି, 1700707889 । ଏହା ସହିତ ଜରୁରୀକାଳୀନ ହେଲ୍‌ପଲାଇନ ନମ୍ବର +972-35226748 ଏବଂ ଇମେଲ୍‌ ଆଇଡି [email protected] ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.