ରାଜସ୍ଥାନର ପୂର୍ବତନ ସିଏମ୍‌ ଅଶୋକ ଗେହଲଟଙ୍କ ବଡ଼ ଭଉଣୀ ବିମଳା ଦେବୀଙ୍କ ନିଧନ, ୯୩ ବର୍ଷରେ ନେଲେ ଶେଷ ନିଃଶ୍ୱାସ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଭଉଣୀ ବିମଳା ଦେବୀ କଚ୍ଛାଓ୍ଵାଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି । ବିମଳା ଦେବୀ ଗତ ଅନେକ ଦିନରୁ ଅସୁସ୍ଥ ଥିଲେ ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଭଉଣୀ ବିମଳା ଦେବୀ କଚ୍ଛାଓ୍ଵାଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି । ବିମଳା ଦେବୀ ଗତ ଅନେକ ଦିନରୁ ଅସୁସ୍ଥ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ୍‍ କରି ଲେଖିଛନ୍ତି, ‘ମୋ ବଡ଼ ଭଉଣୀଙ୍କ ବିୟୋଗ ମୋ ପାଇଁ ସବୁଦିନ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛି, ଯାହା କେବେ ବି ପୂରଣ ହୋଇପାରିବ ନାହିଁ’ ।

ଅଶୋକ ଗେହଲଟ ଲେଖିଛନ୍ତି, ‘ବାଇଜୀ ମୋ ପାଇଁ ମା’ ସମ୍ମାନ ଥିଲେ । ତାଙ୍କର ଅନୁପସ୍ଥିତି ମୋ ଜୀବନରେ ସବୁବେଳେ ଅନୁଭବ ହେବ । ନିଜର ୯୩ ବର୍ଷର ଜୀବନରେ ସେ ସମସ୍ତଙ୍କୁ ବହୁତ ସ୍ନେହ ଏବଂ ଆଶୀର୍ବାଦ ଦେଇଛନ୍ତି । ଈଶ୍ୱର ତାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ, ଏତିକି ମୋର ପ୍ରାର୍ଥନା । ଶେଷ ପ୍ରଣାମ ବାଇଜୀ । ଏହି ଶବ୍ଦଗୁଡ଼ିକ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି’ ।

କହି ରଖୁଛୁ, ପୂର୍ବତନ ସିଏମ୍‌ ଅଶୋକ ଗେହଲଟ ପ୍ରତିବର୍ଷ ରକ୍ଷାବନ୍ଧନ ଉତ୍ସବରେ ଯୋଧପୁରସ୍ଥିତ ନିଜ ବଡ଼ ଭଉଣୀଙ୍କ ଘରକୁ ଯାଇ ରାକ୍ଷୀ ବନ୍ଧାଉଥିଲେ । ବିମଳା ଦେବୀଙ୍କ ଅନ୍ତିମ ସଂସ୍କାର ଆଜି ସକାଳ ୧୧ଟାରେ ରାମବାଗ ମାଲି ସମାଜର ଶ୍ମଶାନ ଘାଟରେ କରାଯାଇଛି । ଅଶୋକ ଗେହଲଟ ସକାଳେ ଜୟପୁରରୁ ରାଜକୀୟ ବିମାନରେ ଯୋଧପୁରରେ ପହଞ୍ଚି ଭଉଣୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.